fbpx

ପୂର୍ବ ଲଦାଖରେ ତିଆରି ହେଉଛି ପୋଖରୀ, ବରଫଭଳି ଥଣ୍ଡାରେ ବି ମିଳିବ ତାଜା ପାଣି

ଲଦାଖ: ଭାରତକୁ ଲାଗି ରହିଥିବା ଚୀନସୀମା ପାଖ ଅର୍ଥାତ ପୂର୍ବ ଲଦାଖରେ ବହୁ ଗୁଡ଼ିଏ ପ୍ରାକୃତିକ ପୋଖରୀ ତିଆରି କରାଯାଉଛି । ଏହାଦ୍ୱାରା ସେନାମାନେ କଠୋର ଶୀତରେ ମଧ୍ୟ ପାଣି ପାଇପାରିବେ । ଜୁନ ୨୦୨୦ମସିହାର ଗଲାବାନରେ ଚୀନ ସୈନିକଙ୍କ ସାଙ୍ଗରେ ହିଂସାକାଣ୍ଡ ହୋଇଥିଲା । ଏହାପରେ ବର୍ତ୍ତମାନ ଭାରତୀୟ ଜବାନ ମାନେ ଚୀନ ସୀମାକୁ ନେଇ ଅନେକ ଦୃଢ ପଦ କ୍ଷେପ ନେଇଛନ୍ତି । ଏନେଇ ପୂର୍ବ ଲଦାଖରେ ୫୦ ହଜାର ସୈନ୍ୟଙ୍କୁ ନିୟୋଜିତ କରାଯାଇଛି । ଏହି ବର୍ଡରରେ ରହୁଥିବା ସେନା ମାନଙ୍କ ପାଇଁ ଅନେକ ସୁବିଧା କରାଯାଉଛି ।

ସୂଚନା ଅନୁଯାୟୀ, ଭାରତୀୟ ସେନାର ଇଞ୍ଜିନିୟର ଇନ ଚିଫ ଲେଫ୍ଟିଙ୍ଗ ଜେନେରାଲ ହରପାଲ ସିଂହ କହିଛନ୍ତି ଯେ, ଏଲଏସିରେ ନିୟୋଜିତ ସେନା ମାନଙ୍କ ପାଇଁ ବହୁ ସଂଖ୍ୟାରେ ଆମେ ପୋଖରୀ ନିର୍ମାଣ କରୁଛୁ । କାରଣ ଲଦାଖ ଥଣ୍ଡାରେ ସବୁ ପାଣି ବରଫ ହୋଇଯାଏ । ହେଲେ ପୋଖରୀ ମାଟି ତଳେ ଜଳ ଦ୍ରବ ରୂପ ନେଇଥାଏ, ଯାହାଦ୍ୱାରା ପାଣି ସ୍ୱାଭାବିକ ପରିସ୍ଥିତିରେ ରହିଥାଏ । ଏହାଦ୍ୱାରା ସେନାମାନେ କଠୋର ଥଣ୍ଡାରେ ପୋଖରୀରୁ ଜଳ ବ୍ୟବହାର କରିପାରିବେ ।

ଲଦାଖର ଡିବିଓ ରେ ଅଧିକ ଥଣ୍ଡା ପଡିଥାଏ । ସେଠାର ତାପମାତ୍ରା -୪୦ ଡିଗ୍ରୀ ତଳକୁ ଖସିଯାଇଥାଏ । ଏହି ଥଣ୍ଡାରେ ସେନାମାନଙ୍କ ପାଇଁ ଖାଦ୍ୟ ଏବଂ ତାଜାପାଣିର ବ୍ୟବସ୍ଥା କରାଯାଉଛି । ସେନା ମାନଙ୍କ ସହାୟତା ପାଇଁ ଇଞ୍ଜିନିୟର ମାନେ ଲଗାତାର ପ୍ରୟାସ କରିଆସୁଛନ୍ତି । ଚୀନ ସୀମାକୁ ଲାଗିଥିବା ଜାଗାର ଲିବିଙ୍ଗ କଣ୍ଡିସନକୁ ଠିକ କରିବା ନେଇ ନୂତନ ପ୍ରୟାସ ଖୋଜା ଚାଲିଛି ।

Get real time updates directly on you device, subscribe now.