fbpx

ହିନ୍ଦୀରେ ପକ୍ଷ ରଖି ଚାଲିଲେ ବ୍ୟକ୍ତି, ବିଚାରପତି କହିଲେ- ଆମେ କିଛି ବୁଝି ପାରୁନୁ, ଏଠାରେ ଇଂରାଜୀ ଚାଲେ

ନୂଆଦିଲ୍ଲୀ: ଅଦାଲତର ଭାଷା ହେଉଛି ଇଂରାଜୀ। ଆପଣ କଣ କହୁଛନ୍ତି ଆମେ କିଛି ବୁଝି ପାରୁନୁ। ସୁପ୍ରିମକୋର୍ଟରେ ଶୁକ୍ରବାର ଶୁଣାଣି ସମୟରେ ଏମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଅଦାଲତ ଏକ ମାମଲାରେ ପକ୍ଷକାର ନିଜର ଯୁକ୍ତି ହିନ୍ଦୀରେ ରଖିଥିଲେ। ଏହାକୁ ନେଇ ଉଚ୍ଚତମ ନ୍ୟାୟାଳୟ ଆପତ୍ତି ପ୍ରକାଶ କରିଛନ୍ତି। ଜଜ କହିଛନ୍ତି ଅଦାଲତର ଭାଷା ହେଉଛି ଇଂରାଜୀ। ବ୍ୟକ୍ତି ଜଣକ ହିନ୍ଦୀରେ କହିବା ସହ ନିଜ ସମର୍ଥନରେ କିଛି ଦସ୍ତାବିଜ ଉପସ୍ଥାପନ କରିଥିଲେ। ଏହା ଉପରେ ଜଷ୍ଟିସ କେଏମ ଯୋଶେଫ ଏବଂ ଋଷିକେଶ ରାୟ କହିଛନ୍ତି, ଆମେ ହିନ୍ଦୀ ବୁଝିପାରୁନୁ। ଆପଣ କଣ କହୁଛନ୍ତି ଆମେ କିଛି ବୁଝି ପାରୁନୁ।

ଦୁଇ ବିଚାରପତି ହିନ୍ଦୀରେ ବୁଝି ପାରୁନଥିବା କହିଥିଲେ ବି ବ୍ୟକ୍ତି ଜଣକ ଲଗାତାର ହିନ୍ଦୀରେ ନିଜର ପକ୍ଷ ରଖି ଚାଲିଲେ। ଏହି ସମୟରେ ଜଣେ ଓକିଲ ତାଙ୍କ ପାଖକୁ ପହଞ୍ଚି ପୂରା କଥାକୁ ଅନୁବାଦ କରି ବିଚାରପତିଙ୍କ ସାମ୍ନାରେ ତଥ୍ୟ ରଖିଥିଲେ। ଲାଇଭଲ ମୁତାବକ ଏହି ସମୟରେ ଉପସ୍ଥିତ ଅତିରିକ ସଲିସିଟର ଜେନେରାଲ ମାଧବୀ ଦିଓ୍ଵାନ ମଧ୍ୟ ହିନ୍ଦୀରେ ପକ୍ଷ ରଖୁଥିବା ବ୍ୟକ୍ତିଙ୍କ ନିକଟକୁ ଯାଇଥିଲେ ଏବଂ ତାଙ୍କ ସାହାଯ୍ୟ କରିଥିଲେ। ଏହାର କିଛି ସମୟ ପରେ ମାଧବୀ ନ୍ୟାୟାଳୟକୁ ଜଣାଇଛନ୍ତି ଯେ, ବ୍ୟକ୍ତି ଜଣକ ଓକିଲ ଚାହାନ୍ତି। ଏହା ପରେ ଅଦାଲତ ଜଣେ ଓକିଲ ଆଡକୁ ଇସାରା କରିଥିଲେ। ଏହା ପରେ ଓକିଲ ଜଣଙ୍କ ପକ୍ଷ ରଖୁଥିବା ବ୍ୟକ୍ତିଙ୍କ ସମସ୍ତ କଥାକୁ ଅନୁବାଦ କରି ବିଚାରପତିଙ୍କ ସାମ୍ନାରେ ରଖିଥିଲେ।

ମାମଲାର ଶୁଣାଣି ସମୟରେ ଅଦାଲତ ଜଣେ ଓକିଲଙ୍କୁ କହିଥିଲେ ଯେ, କଣ ଆପଣ ଏହି ମାମଲାରେ ବ୍ୟକ୍ତିଙ୍କୁ କିଛି ସାହାଯ୍ୟ କରି ପାରିବେ। ଜବାବରେ ଓକିଲ ଜଣଙ୍କ ସାହାଯ୍ୟ କରିବେ ବୋଲି କହିଥିଲେ। ଉଚ୍ଚତମ ନ୍ୟାୟାଳୟ ମାମଲାର ଶୁଣାଣିକୁ ଡିସେମ୍ବର ୪ ତାରିଖ ସ୍ଥଗିତ ରଖିଛନ୍ତି। ସେ ପର୍ଯ୍ୟନ୍ତ ମାମଲା ସଂପର୍କିତ ସମସ୍ତ ତଥ୍ୟ ବୁଝି ନେବାକୁ ବିଚାରପତି ଓକିଲଙ୍କୁ କହିଛନ୍ତି। ଅଦାଲତ କହିଛନ୍ତି ଏହା ଏକ ଜଟିଳ ମାମଲା। ଆପଣ ସମୟ ନିଅନ୍ତୁ ଏବଂ ଏହା ଉପରେ ପୂରା ଅଧ୍ୟୟନ କରନ୍ତୁ। ତେଣୁ ଆମେ ଡିସେମ୍ବର ୪ ତାରିଖ ଯାଏଁ ମାମଲା ସ୍ଥଗିତ ରଖୁଛୁ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।

Get real time updates directly on you device, subscribe now.