fbpx

କ୍ୟାବିନେଟ ନିଷ୍ପତ୍ତି:ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ‘ପ୍ରାରମ୍ଭ’ ରେ ବାଜିଲା ମୋହର

ଭୁବନେଶ୍ୱର: ଆସିଲା କ୍ୟାବିନେଟ ନିଷ୍ପତ୍ତି । ଏହି ବୈଠକରେ ମୋଟ ୧୭ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚଳିତ କ୍ୟାବିନେଟରେ ବିଭିନ୍ନ ବଡ ବଡ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ତେବେ ଆଗକୁ ପଦ୍ମପୁର ନିର୍ବାଚନ ଥିବାରୁ ଯାହା ଆଶା କରାଯାଉଥିଲା ଏଥିରେ ପଦ୍ମପୁରକୁ ନେଇ କିଛି ବଡ ଘୋଷଣା ହୋଇ ପାରେ ବୋଲି କିନ୍ତୁ ଚଳିତ ବୈଠକରେ ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ତଥା ମାନସିକ ଏବଂ ଶାରୀରିକ ବିକାଶ ପାଇଁ ରାଜ୍ୟ ଶିଶୁ ନୀତି ‘ପ୍ରାରମ୍ଭ’ ରେ ମୋହର ବାଜିଛି । ଏହା ସହିତ ଓଡିଶା ବନ୍ଦର ନୀତିଙ୍କୁ ମଧ୍ୟ ପ୍ରୋତ୍ସାହନ ମିଳିଛି ।

ଏହା ସହିତ କଟକ ଜିଲ୍ଲାରେ ପ୍ରବାହିତ ହାଡୁଆ ନଦୀର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନଦୀରେ ଜଳଭଣ୍ଡାର ନିର୍ମାଣ ହେବ। ଏଥି ପାଇଁ ୨୨୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦିଆଯାଇଛି ।

ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ ବିକାଶ ଉପରେ ମଧ୍ୟ ଚଳିତ ବୈଠକରେ ଗୁରୁତ୍ବ ଦିଆଯାଇଛି। ଏହି ନୀତି ଅନୁସାରେ ଅନ୍ତର୍ଦେଶୀୟ ଜଳପଥ ଓ କ୍ଷୁଦ୍ର ବନ୍ଦରର ବିକାଶ ହୋଇପାରିବ। ବନ୍ଦର କ୍ଷେତ୍ରରେ ଘରୋଇ ପୁଂଜି ନିବେଶକୁ ପ୍ରୋତ୍ସାହିତ ଦେବ। ବନ୍ଦର ଏବଂ ବନ୍ଦର ସଂପର୍କୀତ ଶିଳ୍ପ ସମୂହ ମଧ୍ୟ ବିକାଶ ହେବ। ସେହିପରି ସାମୁଦ୍ରିକ ପର୍ଯ୍ୟଟନ, ବହୁମୁଖୀ ଜେଟି ଆଦିକୁ ଏହି ନୀତି ପ୍ରୋତ୍ସାହନ ଯୋଗାଇବ।

କଟକ ବାରବାଟୀ ଷ୍ଟାଡିୟମ ସମତେ ୫ ମୁନିସିପାଲିଟି କର୍ପୋରେସନରେ ହକୀ ବିଶ୍ବ କପ୍‌ ଉତ୍ସବ ହେବ ପାଳନ । ୧୦୦ଟି ନୂଆ ବସ୍‌ ସହିତ ରାଉରକେଲାରେ ମୋ ବସ୍‌ ସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ନିୟମିତ ବିମାନ ସେବା ସହ ରାଉରକେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ।

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି(ଜାଣନ୍ତୁ ସଂକ୍ଷିପ୍ତ ରେ) :
– ଆସିବ ନୂଆ ବନ୍ଦର ନୀତି
– ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରାରମ୍ଭ
– ବିବିଧ କୃଷି ଯୋଜନା ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମୋହର
– OUTR ରୂପାନ୍ତରଣରେ ଖର୍ଚ୍ଚ ହେବ ୧୭ଶହ କୋଟି
କଟକ ଜିଲ୍ଲାରେ ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣକୁ ମଂଜୁରୀ
-୩୮୭ ମିଟର ଦୀର୍ଘ ଓ ୪୩.୮୨୫ ମିଟର ଉଚ୍ଚର କଂକ୍ରିଟ ବନ୍ଧ ହେବ
-ହାଡୁଆ ନଦୀରେ ଡ୍ୟାମ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୨୫ କୋଟି
-ନରସିଂହପୁର, ବଡ଼ମ୍ବା, ତିଗିରିଆ ବ୍ଲକର ଚାଷ ଜମିକୁ ମିଳିବ ପାଣି
ରାଜ୍ୟ ଶିଶୁ ନୀତି-୨୦୨୨ ପ୍ରାରମ୍ଭକୁ ମଂଜୁରୀ ଦେଲା କ୍ୟାବିନେଟ
-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ମିଟିଂରେ ମଂଜୁରୀ
-ଶିଶୁଙ୍କର ବଞ୍ଚିବାର ଅଧିକାର ଓ ସୁରକ୍ଷାକୁ ଗୁରୁତ୍ୱ ଦେବ ନୂଆ ନୀତି
-ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ, ଶିକ୍ଷା ଅଧିକାରକୁ ଗୁରୁତ୍ୱ
ଶିଶୁଙ୍କର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦେବ ନୂଆ ଶିଶୁ ନୀତି
-ବିଜ୍ଞପ୍ତିର ବର୍ଷକ ମଧ୍ୟରେ ଲାଗୁ ହେବ ରାଜ୍ୟ ଶିଶୁ ନୀତି ପ୍ରାରମ୍ଭ
ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ
-ଓଡ଼ିଶା ବନ୍ଦର ନୀତି-୨୦୨୨କୁ କ୍ୟାବିନେଟର ମଂଜୁରୀ
ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ
-ଅନ୍ତର୍ଦ୍ଦେଶୀୟ ଜଳପଥ ଏବଂ କ୍ଷୁଦ୍ର ବନ୍ଦରର ବିକାଶକୁ ଗୁରୁତ୍ୱ
-ବନ୍ଦର କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବ ନୂଆ ନୀତି
-ବନ୍ଦର ଏବଂ ବନ୍ଦର ସଂପର୍କୀତ ଶିଳ୍ପ ସମୂହର ମଧ୍ୟ ବିକାଶ କରିବ

Get real time updates directly on you device, subscribe now.