fbpx

ଜନତାଙ୍କ ଉପରେ ପଡିବ ମହଙ୍ଗା ମାଡ, ପୁଣି ବଢିବ କ୍ଷୀରର ଦାମ

ନୂଆଦିଲ୍ଲୀ: ପୂର୍ବରୁ ମହଙ୍ଗା ମାଡରେ କଲବଲ ଜନତାଙ୍କ ଉପରେ ପଡିପାରେ ଆଉ ଏକ ପ୍ରହାର। ଦେଶରେ ଆଗାମୀ ଦିନରେ କ୍ଷୀର ଆହୁରି ମହଙ୍ଗା ହୋଇପାରେ। ଶୁଙ୍କ ଚାରା,ପ୍ୟାକେଜିଂ ଏବଂ ଇନ୍ଧନର ଦରବୃଦ୍ଧି କାରଣରୁ କ୍ଷୀରର ମୂଲ୍ୟବୃଦ୍ଧି ଘଟିପାରେ। ଏହାର ସିଧାସଳଖ ପ୍ରଭାବ ଜନତାଙ୍କ ପକେଟ୍ ଉପରେ ପଡିବାକୁ ଯାଉଛି।

ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ଦେଶରେ ଗତ କିଛି ବର୍ଷରେ ପଶୁଙ୍କ ଚାରା ର ଦାମ ବୃଦ୍ଧି ଘଟିଛି। ଆର୍ଥିକ ବର୍ଷ ୨୦୨୩ର ଦ୍ଵିତୀୟ ତ୍ରୈମାସରେ ଅସ୍ଵାଭାବିକ ବର୍ଷା କାରଣରୁ ଫସଲର ଯେଉଁ କ୍ଷତି ଘଟିଛି ଏଥିରେ ଚାରାର ଦାମ ବଢିବାରେ ଲାଗିଛି। ଫଳରେ ଦୁଗ୍ଧ ଉତ୍ପାଦନକାରୀ ଉଦ୍ୟୋଗକୁ ମୂଲ୍ୟବୃଦ୍ଧିର ସାମ୍ନା କରିବାକୁ ପଡୁଛି। ତେଣୁ ଖୁଚୁରା ବିକ୍ରି ପାଇଁ ଆଗାମୀ ଦିନରେ ବଜାରରେ କ୍ଷୀରର ଦାମ ଆହୁରି ବଢିପାରେ।

ରିପୋର୍ଟ ଅନୁଯାୟୀ, ୨୦୧୯ର ପ୍ରଥମ ତ୍ରୈମାସରେ ଯେଉଁଠି ହାରାହାରି ଏକ ଲିଟର କ୍ଷୀରର ଦାମ ୪୩.୪ ଟଙ୍କା ରହିଥିଲା, ତାହା ୨୦୨୨-୨୩ର ପ୍ରଥମ ତ୍ରୈମାସରେ ଲିଟର ପିଛା  ୫୧.୫ ଟଙ୍କାରେ ପହଞ୍ଚି ଯାଇଛି। ଏହି ସମୟରେ ଦୁଗ୍ଧର କ୍ରୟ ମୂଲ୍ୟରେ ଅହେତୁକ ମୂଲ୍ୟବୃଦ୍ଧି ଦେଖିବାକୁ ମିଳିଛି। ଦାମ ୨୫.୮ ଟଙ୍କାରୁ ବଢି ୩୫.୯ ଟଙ୍କାରେ ପହଞ୍ଚି ଯାଇଛି।

କୃଷି ବିଶେଷଜ୍ଞ ଦେବିନ୍ଦର ଶର୍ମାଙ୍କ ଅନୁସାରେ ଚାରାର ଦାମ ବଢିବାରେ ଲାଗିଛି। ଗତ କିଛି ଦିନରେ ଦାମରେ ୨୩ ପ୍ରତିଶତ ବୃଦ୍ଧି ଘଟି ସାରିଛି। ଯାହା ଫଳରେ କ୍ଷୀରର ଦାମ ମଧ୍ୟ ଆଗାମୀ ଦିନରେ ବଢିବାକୁ ଯାଉଛି। ଆକଳନ ଅନୁଯାୟୀ, କ୍ଷୀର ବ୍ୟତୀତ ବାକି ଫସଲର ମୂଲ୍ୟ ବି ବଢିପାରେ।

Get real time updates directly on you device, subscribe now.