fbpx

ଜଜମାନେ ବି ଭୟ କରନ୍ତି ? ସିଜେଆଇ ଚନ୍ଦ୍ରଚୂଡ କହିଲେ- କାହିଁକି ଜାମିନ ଦେବାରେ ସଙ୍କୋଚ କରନ୍ତି ବିଚାରପତି

ନୂଆଦିଲ୍ଲୀ: ତୃଣମୂଳସ୍ତରରେ ଜଜମାନଙ୍କୁ ଟାର୍ଗେଟ୍ କରାଯାଉଥିବା ଭୟରେ ଜାମିନ ଦେବାକୁ ସଙ୍କୋଚ କରିଥାନ୍ତି ବିଚାରପତି। ଏହା କହିଛନ୍ତି ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ। ବାର କାଉନସିଲ ଅଫ  ଇଣ୍ଡିଆ ଦ୍ଵାରା ଆୟୋଜିତ ଏକ ଅଭିନନ୍ଦନ ସମାରୋହରେ ସିଜେଆଇ ଚନ୍ଦ୍ରଚୂଡ ଉପରୋକ୍ତ ଟିପ୍ପଣୀ କରିଛନ୍ତି।

ଶନିବାର ସେ କହିଛନ୍ତି, ବିଚାରପତିମାନଙ୍କୁ ଟାର୍ଗେଟ୍ କରାଯାଉଥିବା ଭୟ କାରଣରୁ ନ୍ୟାୟାଳୟରେ ବହୁ ସଂଖ୍ୟାରେ ଜାମିନ ସଂପର୍କିତ ମାମଲା ପଡି ରହିଛି। ନ୍ୟାୟାଧୀଶ ଜାମିନ ଦେବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି, ଏଥିପାଇଁ ନୁହେଁ ଯେ, ସେମାନେ ଅପରାଧ ବୁଝନ୍ତି ନାହିଁ। ଜଘନ୍ୟ ମାମଲାରେ ଜାମିନ ଦେବା ପରେ ସେମାନଙ୍କ ଜୀବନ ପ୍ରତି ଭୟ ରହିଛି।

ଏହି ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ। ସେ ବଦଳିକୁ ନେଇ ଅନେକ ଓକିଲଙ୍କ ସିଜେଆଇଙ୍କୁ ଭେଟିବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ରିଜିଜୁ କହିଛନ୍ତି, ମୁଁ ଶୁଣିବାକୁ ପାଉଛି ଯେ, କିଛି ଓକିଲ ଟ୍ରାନ୍ସଫର ସଂପର୍କରେ ସିଜେଆଇଙ୍କୁ ଭେଟିବାକୁ ଚାହାନ୍ତି। ଏହା ବ୍ୟକ୍ତିଗତ ପ୍ରସଙ୍ଗ ହୋଇପାରେ, ଯଦି ଏହା କଲେଜିୟମ ଦ୍ଵାରା ପ୍ରତିଟି ନିର୍ଣ୍ଣୟକୁ ପ୍ରଭାବିତ କରିବା ପାଇଁ କରାଯାଉଛି ତେବେ ଏହା କଦାପି ଠିକ୍ ନୁହେଁ।

ସୂଚନାଯୋଗ୍ୟ, ପ୍ରଧାନ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ ନଭେମ୍ବର ୯ରେ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ୨୦୨୪ ନଭେମ୍ବର ୧୦ ପର୍ଯ୍ୟନ୍ତ ରହିଛି। ସେ ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ସ୍ଥାନ ନେଇଛନ୍ତି। ୟୁୟୁ ଲଳିତ ନଭେମ୍ବର ୯ରେ କାର୍ଯ୍ୟରୁ ଅବସର ନେଇଛନ୍ତି।

Get real time updates directly on you device, subscribe now.