fbpx

ସମୁଦ୍ରରେ ପଡ଼ି ଯାଇଥିଲା ଆଇଫୋନ୍: ୧୨ ମାସ ପରେ ମିଳିବା ପରେ ହେଲା କିଛି ଏପରି

ନୂଆଦିଲ୍ଲୀ: ଆଇଫୋନ୍ ସବୁଠାରୁ ଶକ୍ତିଶାଳୀ ଫୋନ୍ ଭାବରେ ବିବେଚନା କରାଯାଏ । ପାଣି ଦ୍ୱାରା ମଧ୍ୟ ଏହି ଫୋନ୍ କ୍ଷତିଗ୍ରସ୍ତ ହୋଇନଥାଏ । ଏପରି ଅନେକ ରିପୋର୍ଟ ଆସିଛି, ଯେଉଁଠାରେ ଆଇଫୋନ୍ ଘଣ୍ଟା ଘଣ୍ଟା ପାଣିରେ ରହିବା ପରେ ମଧ୍ୟ ଚାଲୁଥିବାର ଦେଖାଯାଇଛି । କିନ୍ତୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଲୋକଙ୍କ ଆଶ୍ଚର୍ଯ୍ୟ କରିଛି । ଜଣେ ମହିଳା ଗୋଟିଏ ବର୍ଷ ପରେ ସମୁଦ୍ରରେ ହଜିଯାଇଥିବା ଆଇଫୋନ୍ ପାଇଥିବା ଜଣା ପଡ଼ିଛି । ଫୋନ୍ ଖୋଲିବା ମାତ୍ରେ ଏହା ଭଲ କାମ କରୁଥିଲା, ଏଥିରେ କୌଣସି ପ୍ରକାର ଅସୁବିଧା ମଧ୍ୟ ହୋଇନଥିଲା । ଏହି ମାମଲା ବ୍ରିଟେନର ହାମ୍ପସାୟାରର ବୋଲି ସୂଚନା ମିଳିଛି । ବ୍ରିଟେନର ହାମ୍ପସାୟାରର ବାସିନ୍ଦା କ୍ଲେୟର ଆଟଫିଲ୍ଡ ୧୨ ମାସ ପରେ ସମୁଦ୍ର ପାଣିରେ ହଜିଯାଇଥିବା ତାଙ୍କ ଆଇଫୋନ୍ ୮ ପ୍ଲସ୍ ପାଇଥିଲେ ।

ମହିଳା ଜଣକ ଜଣେ ପ୍ୟାଡଲବୋର୍ଡର୍ ଏବଂ ପ୍ୟାଡଲବୋର୍ଡିଂ କରୁଥିବାବେଳେ ସେ ବେକରେ ଆଇଫୋନ ୮ ପ୍ଲସ୍ ଓହଳାଇଥିଲେ । କିନ୍ତୁ ହଠାତ ଆଇଫୋନଟି ସମୁଦ୍ରରେ ପଡ଼ି ଯାଇଥିଲା । ସେ କହିଥିଲେ ଯେ, ଏପ୍ରିଲ୍ ୨୦୨୧ ରେ, ସେ ପ୍ୟାଡଲବୋର୍ଡିଂ ସମୟରେ ଫୋନକୁ ବେକରେ ଓହଳାଇଥିଲେ । ପ୍ୟାଡଲବୋର୍ଡିଂ ବେଳେ ସେ ବୋର୍ଡରୁ ଖସି ଯାଇଥିଲେ । ଏବଂ ପରେ ସେ ତାଙ୍କ ଫୋନ ହରାଇଥିବା ଜାଣିବାକୁ ପାଇଥିଲେ ।

କ୍ଲେୟର ଆଟଫିଲ୍ଡଙ୍କ କହିବା ଅନୁସାରେ, ଆଇଫୋନ୍ଟି ୱାଟରପ୍ରୁଫ୍ ବ୍ୟାଗରେ ଥିଲା, କିନ୍ତୁ ସେ ନିଶ୍ଚିତ ଥିଲେ ଯେ ଫୋନ୍ ଆଉ କେବେ ମିଳିବ ନାହିଁ । କିନ୍ତୁ ନିକଟସ୍ଥ ସମୁଦ୍ର କୂଳରେ ବ୍ରାଡଲେ କଟନ୍ ହଜି ଯାଇଥିବା ଫୋନ୍ ପାଇଥିଲେ । ଏବଂ ସେ ସଙ୍ଗେ ସଙ୍ଗେ ଆଟଫିଲ୍ଡଙ୍କ ସହିତ ଯୋଗାଯୋଗ କରି ଫୋନ୍ ବିଷୟରେ କହିଥିଲେ । କ୍ଲେୟର ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ ଯେ ୧୨ ମାସ ପରେ ତାଙ୍କ ଫୋନ ମିଳିଛି । ଫୋନ୍ ଟି କାମ କରୁଥିଲା, କିନ୍ତୁ ଫୋନରେ କିଛି ସ୍କ୍ରାଚ୍ ରହିଥିଲା । ଅନ୍ୟ ଫୋନ୍ ତୁଳନାରେ ଆଇଫୋନ୍ ବହୁତ ଶକ୍ତିଶାଳୀ ଏବଂ ସ୍ଥାୟୀ ବୋଲି ଏହି ଘଟଣାରୁ ପ୍ରମାଣ ମିଳିଛି ।

Get real time updates directly on you device, subscribe now.