fbpx

‘ଅକ୍ଟୋବର ୨୩ ମୋ ହୃଦୟରେ ସର୍ବଦା ସ୍ୱତନ୍ତ୍ର ରହିବ …’, ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ୍ ମ୍ୟାଚ୍‌କୁ ମନେ ପକାଇଲେ ବିରାଟ କୋହଲି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ବହୁ ଦିନ ଧରି ଭାରତୀୟମାନେ ନିଶ୍ଚୟ ମନେ ରଖିବେ। ବିରାଟ କୋହଲି ଭାରତକୁ ପାକିସ୍ତାନ ବିପକ୍ଷରେ ବିଜୟୀ କରାଇଥିବା ଚମତ୍କାର ଇଂନିସ୍‌କୁ ଭାରତ କିମ୍ବା ପାକିସ୍ତାନ କିମ୍ବା ସମଗ୍ର ବିଶ୍ୱ କେବେ ବି ଭୁଲି ପାରିବେ ନାହିଁ। ଏହି ମ୍ୟାଚ୍ ବିରାଟ କୋହଲିଙ୍କ କ୍ୟାରିୟରର ଶ୍ରେଷ୍ଠ ମ୍ୟାଚ୍ ବୋଲି ମଧ୍ୟ ସେ ନିଜେ କହିଥିଲେ।

ବିରାଟ କୋହଲିଙ୍କ ସେହି ୮୨ ରନ୍‌ର ସ୍ମରଣୀୟ ଇନିଂସ ବଳରେ ଭାରତ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ବର୍ତ୍ତମାନ ବିଶ୍ୱକପ ଶେଷ ହେବା ପରେ ବିରାଟ କୋହଲି ପୁଣି ଥରେ ସେହି ଐତିହାସିକ ଦିନକୁ ମନେ ପକାଇଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି କୋହଲି ଲେଖିଛନ୍ତି ଯେ ‘୨୩ ଅକ୍ଟୋବର ୨୦୨୨ ମୋ ହୃଦୟରେ ସର୍ବଦା ସ୍ୱତନ୍ତ୍ର ରହିବ । ପୂର୍ବରୁ କ୍ରିକେଟ୍ ମ୍ୟାଚ୍ ରେ ଏହି ପ୍ରକାର ଶକ୍ତି ଅନୁଭବ କରିନଥିଲି । ଏହା କେତେ ଗୌରବମୟ ସନ୍ଧ୍ୟା ଥିଲା!’ ବିରାଟ କୋହଲିଙ୍କ ଏହି ପୋଷ୍ଟ ଦେଖି ଲକ୍ଷ ଲକ୍ଷ ଲୋକେ ଏହାକୁ ଲାଇକ୍ କରିବା ସହ ସେମାନଙ୍କର ମନ୍ତବ୍ୟ ଦେଇଛନ୍ତି । ଲୋକମାନେ କୁହନ୍ତି ଯେ, ସେମାନେ ପୂର୍ବରୁ ଏପରି ମ୍ୟାଚ୍ ଏବଂ ଇନିଂସ ଦେଖି ନାହାଁନ୍ତି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଟି -୨୦ ବିଶ୍ୱକପ ୨୦୨୨ ର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କାରିଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ପାକିସ୍ତାନ ୧୫୯ ରନ୍ ସଂଗ୍ରହ କରିଥିଲା । ଏହି ଟାର୍ଗେଟ୍‌କୁ ପିଛା କରି ୫୦ ରୁ କମ୍ ସ୍କୋର ପର୍ଯ୍ୟନ୍ତ ଭାରତର ଏହାର ପ୍ରଥମ ୪ ବ୍ୟାଟ୍ସମ୍ୟାନ୍ ପାଭିଲିୟନକୁ ଫେରିଯାଇଥିଲେ । ଏହି ପରିସ୍ଥିତିରୁ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ପାଇଁ ବିଜୟର ମୂଳଦୁଆ ପକାଇଥିଲେ ଏବଂ ଶେଷରେ ଭାରତ ଶେଷ ବଲରେ ମ୍ୟାଚ ଜିତିଲା । ହାରିସ ରୌଫଙ୍କ ଓଭରରେ ବିରାଟ କୋହଲିଙ୍କ ୨ ଟି ଛକା ମ୍ୟାଚକୁ ସମ୍ପୂର୍ଣ୍ଣ ରୂପେ ଓଲଟାଇ ଦେଇଥିଲା ।

Get real time updates directly on you device, subscribe now.