fbpx

ରାଗିଂ ପାଇଁ ଦୁଇ ମହଲା କୋଠାରୁ ଡେଇଁ ପଡ଼ିଲେ ଛାତ୍ର: ଜଣେ ସିନିୟର ଗିରଫ ସହ ୪ ଅଟକ

ନୂଆଦିଲ୍ଲୀ: ରାଗିଂ ଭଳି ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଗିଂର ଶିକାର ହୋଇ ଅନେକ ଛାତ୍ର ଜୀବନ ହାରିବା ଭଳି ପଦକ୍ଷେପ ନେବାକୁ ମଧ୍ୟ ପଛାଉ ନାହାନ୍ତି । ରାଗିଂ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯାଉଥିଲେ ମଧ୍ୟ ସିନିୟର ଛାତ୍ରମାନେ ଜୁନିଅର ଛାତ୍ରମାନଙ୍କୁ ରାଗିଂ କରୁଛନ୍ତି । ତେବେ ଏହି ରାଗିଂର ଶିକାର ହୋଇ ଜଣେ ଛାତ୍ର ନିଜ ଜୀବନ ହାରିବାକୁ ନିଷ୍ପତ୍ତିି ନେଇ ଛାତରୁ ଡେଇଁ ପଡ଼ିଥିବା ଖବର ସାମ୍ନାକୁ ଆସିଛି । ଆସାମର ଡିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରେ ରାଗିଂରୁ ବଞ୍ଚିବା ପାଇଁ ଜଣେ ଛାତ୍ର ଜୀବନ ହାରିବା ପାଇଁ ଉଦ୍ୟମ କରିଥିବାର ମାମଲା ସାମ୍ନାକୁ ଆସିଛି । ବିଶ୍ୱବିଦ୍ୟାଳୟର ପିଏନଜିବି ହଷ୍ଟେଲରେ ରହୁଥିବା ଜଣେ ଛାତ୍ର ରାଗିଂ ସମସ୍ୟାର ସମ୍ମୁଖୀନ ହୋଇ ହଷ୍ଟେଲର ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଥିବା ସୂଚନା ମିଳିଛି । ଫଳରେ ଛାତ୍ର ଜଣଙ୍କ ଆହତ ହୋଇଛନ୍ତି ।

ଆହତ ଛାତ୍ରଙ୍କୁ ଡାକ୍ତରଖାନା ନିଆ ଯାଇଥିବା ଜଣା ପଡ଼ିଛି । ସମ୍ପୃକ୍ତ ଘଟଣାରେ ଜଣେ ଛାତ୍ରଙ୍କୁ ଗିରଫ କରାଯିବା ସହ ୪ ଜଣ ସିନିଅର ଛାତ୍ରଙ୍କୁ ଅଟକ ରଖାଯାଇଛି । ରାଗିଂର ଏହି ଘଟଣା ରବିବାର ହୋଇଥିଲା । ଆହତ ଛାତ୍ର ଜଣଙ୍କ ହେଉଛନ୍ତି ଆନନ୍ଦ ଶର୍ମା । ଆହତ ଛାତ୍ର ବର୍ତ୍ତମାନ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ପିଡ଼ିତ ଛାତ୍ରଙ୍କ ପରିବାର ଲୋକେ ଘଟଣାକୁ ନେଇ ପୋଲିସ ଥାନରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଅଧିକାରୀ ମାନେ ତଦନ୍ତ ଆରମ୍ଭ କରିଛନ୍ତି ।

 

ମିଳିଥିବା ସୂଚନା ଅନୁସାରେ, ପୀଡିତାଙ୍କ ମା ’ପୋଲିସ ନିକଟରେ କିଛି ଗୁରୁତର ଅଭିଯୋଗ ଆଣିଛନ୍ତି । ଅପରାଧୀଙ୍କ ବିରୋଧରେ ଡିବ୍ରୁଗଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିବା ସରିତା ଶର୍ମା ଅଭିଯୋଗ କରିଛନ୍ତି ଯେ ଏହି ଘଟଣାରେ ତାଙ୍କ ପୁଅଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯିବା ସହିତ ତାଙ୍କ ଜୀବନ ନେବାକୁ ଉଦ୍ୟମ କରିଥିଲେ । ସେହିପରି ଟଙ୍କା ଏବଂ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ । ଷଡଯନ୍ତ୍ର କରି ତାଙ୍କ ପୁଅ ହାତରେ ମଦ ଏବଂ ନିଶ ଦ୍ରବ୍ୟ ଦେଇ ଆପତ୍ତିଜନକ ଫୋଟ ଉଠାଇଥିବାର ଅଭିଯୋଗ କରିଛନ୍ତି ସରିତା ଶର୍ମା ।

 

ଆହତ ଛାତ୍ରଙ୍କ ମା’ ସରିତା ଶର୍ମା କହିଛନ୍ତି, ତାଙ୍କ ପୁଅ ଗତ ଚାରି ମାସ ଧରି ସିନିୟର ଛାତ୍ରମାନଙ୍କ ଦ୍ୱାରା ରାଗିଂର ଶିକାର ହେଉଥିଲା । ତେବେ ସେ ଫୋନ ମାଧ୍ୟମରେ କହିଥିଲା ଯେ ମୁଁ ହଷ୍ଟେଲକୁ ଯାଉଛି । ଏବଂ ସିନିୟର ଛାତ୍ର ତାଙ୍କୁ ନିର୍ଯାତନା ଦେଉଥିବା କଥା ମଧ୍ୟ କହିଥିଲେ । ତେବେ ତାଙ୍କ ପୁଅର ଗୋଡ ଭାଙ୍ଗି ଯାଇଥିବା ସହ ଛାତିରେ ଆଘାତ ଲାଗିଛି । ଏହି ମାମଲାର ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଡିବ୍ରୁଗଡର ଏସପି କହିଛନ୍ତି । ତାଙ୍କୁ ସମର୍ଥନ କରୁଥିବା ଅନ୍ୟ ୪ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ମଧ୍ୟ ଏହି ମାମଲାକୁ ନିନ୍ଦା କରି ଛାତ୍ରଛାତ୍ରୀମାନଙ୍କୁ ରାଗିଂ ନକରିବାକୁ ନିବେଦନ କରିଥିଲେ ।

Get real time updates directly on you device, subscribe now.