fbpx
BSKY
BJD MC SKY
BJD YOUTH SKY

ସାବଧାନ! ପ୍ରତିଦିନ ଅଣ୍ଡା ଖାଇଲେ ବଢିପାରେ ହାର୍ଟ ଆଟାକର ଆଶଙ୍କା

କିଛି ଲୋକଙ୍କୁ ପ୍ରତିଦିନ ଅଣ୍ଡା ଖାଇବାକୁ ଭଲ ଲାଗିଥାଏ । ଏହି ଅଣ୍ଡା ଆପଣଙ୍କ ପାଇଁ କେତେ ଭଲ ଆଉ କେତେ ମନ୍ଦ, ଆପଣ ଜାଣନ୍ତି କି ? ସବୁ ଖାଦ୍ୟରେ ପୋଷଣ ରହିଛି । କିନ୍ତୁ ଆମକୁ ଏହି ସବୁ ଖାଦ୍ୟ ଖାଇବାର ଉପାୟ ଜାଣିବା ନିହାତି ଦରକାର। କାରଣ ଯଦି ଆମେ ଠିକ୍ ଭାବେ ଓ ଉଚିତ୍ ପରିମାଣରେ ଖାଦ୍ୟ ନ ଖାଉ, ତେବେ ଅନେକ ରୋଗର ଶିକାର ହେବାକୁ ପଡ଼େ । ସମସ୍ତେ ଭାବନ୍ତି ଅଣ୍ଡା ଆମ ଶରୀର ପାଇଁ ଖୁବ୍ ଭଲ ଖାଦ୍ୟ କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍। ଯଦି ଆପଣ ଏହାକୁ ଠିକ୍ ଭାବେ ଖାଇବେ ତେବେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ। ହେଲେ ଯଦି ଆପଣ ଅଣ୍ଡାକୁ ଅଧିକ ମାତ୍ରାରେ ଖାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ, କାରଣ ଏହାର କେଶର ବା ହଳଦିଆ ଅଂଶ ଶରୀର ପାଇଁ ଖୁବ୍ କ୍ଷତିକାରକ ।

ନିଉଟ୍ରିସିଆନଙ୍କ ଅନୁଯାୟୀ ଅଣ୍ଡାର କେଶର ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିରେ ଅଧିକ ପରିମାଣରେ ହାଇ କୋଲେଷ୍ଟ୍ରଲ ରହିଛି ଯାହାକି ହାର୍ଟ ପାଇଁ ଖରାପ। ଅଧିକ ଅଣ୍ଡା ଖାଇବା ଦ୍ବାରା ଛାତିରେ ଚର୍ବି ଜମିଯାଏ।ଯାହା ହାର୍ଟ ବ୍ଲକେଜ୍ ମଧ୍ୟ କରାଏ। କାରଣ ସବୁ ଅଣ୍ଡା ଦେଶୀ ନଥାଏ, ପୁଣି ଖାସ କରି କିଛି କୁକୁଡ଼ାଙ୍କୁ ବାଧ୍ୟ କରି ଇଞ୍ଜେକସନ ଦିଆଯାଇ ଅଣ୍ଡା କରାଯାଇଥାଏ ଯାହାକୁ ଖାଇବା ଦ୍ବାରା ଶରୀରରେ ହର୍ମନ ଇମ୍ବାଲାନ୍ସ ହୋଇଥାଏ। ଏମିତିକି ଲୋକମାନେ ଅନେକ ରୋଗର ଶିକାର ହୋଇଥାନ୍ତି ।

ତେଣୁ ଆପଣ ଯଦି ଅଣ୍ଡା ଖାଇବାକୁ ପସନ୍ଦ କରୁଛନ୍ତି ତେବେ ଆପଣ କେବଳ ଏହାର ଧଳା ଅଂଶ ହିଁ ଖାଇପରିବେ । ଏଥିରେ ପ୍ରୋଟିନ ଭରପୁର ପରିମାଣରେ ରହିଛି । ଏହା ଛଡା ଆପଣ ଦେଶୀ ଅଣ୍ଡା ମଧ୍ୟ ଖାଇପାରିବେ। ଏହା ଶରୀର ପାଇଁ ଖୁବ୍ ଲାଭ ଦାୟକ । ତେବେ ସବୁଠୁ ଅଧିକ ଭିଟାମିନ ରହିଛି ଦେଶୀ ଅଣ୍ଡାରେ । କାରଣ କୁକୁଡ଼ା ଏହାକୁ ପ୍ରାକୃତିକ ଉପାୟରେ ହିଁ ଦେଇଥାଏ। ହେଲେ ଇଞ୍ଜେକ୍ସନ ଦିଆଯାଇ ଯେଉଁ ଅଣ୍ଡା କରାଯାଇଥାଏ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଖାସ୍ କରି ଏହାର ହଳଦିଆ ଅଂଶ ହାର୍ଟ ଆଟାକ୍ ମଧ୍ୟ କରାଇଥାଏ।

Get real time updates directly on you device, subscribe now.