fbpx

ଏହି ୩ଟି ବ୍ୟାଙ୍କରେ ଆକାଉଣ୍ଟ ଥିବା ଗ୍ରାହକଙ୍କୁ ବଡ଼ ଝଟକା: ନିୟମରେ ହେଲା ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ: ବ୍ୟାଙ୍କ ଦ୍ୱାରା ସମୟ ସମୟରେ ଅନେକ ନିଷ୍ପତ୍ତି ନିଆଯାଉଛି, ଯାହା ଦେଶର କୋଟି କୋଟି ଗ୍ରାହକଙ୍କୁ ପ୍ରଭାବିତ କରୁଛି । ଏବେ ଆଇସିଆଇସିଆଇ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ବ୍ୟାଙ୍କ ଏମସିଏଲଆର ହାର ବୃଦ୍ଧି କରିଛି । ବ୍ୟାଙ୍କର ନୂଆ ହାର ଡିସେମ୍ବର ୧ ତାରିଖରୁ ଲାଗୁ ହୋଇଛି ।

କେତେ ବଢ଼ିଗଲା ମୂଲ୍ୟ ?
ଆଇସିଆଇସିଆଇ ବ୍ୟାଙ୍କ ଏମସିଏଲଆର ହାରକୁ ୧୦ ଆଧାର ପଏଣ୍ଟ ବୃଦ୍ଧି କରିଛି । ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ସମସ୍ତ ପ୍ରକାର ଲୋନ୍ ମହଙ୍ଗା ହେବ । ଏହା ବ୍ୟତୀତ ପିଏନବି ୦.୦୫ ପ୍ରତିଶତ ବୃଦ୍ଧି କରିଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ ୦.୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ଆଇସିଆଇସିଆଇ ବ୍ୟାଙ୍କର ନୂଆ ଦର:-
ପ୍ରାଇଭେଟ ସେକ୍ଟରର ଆଇସିଆଇସିଆଇ ବ୍ୟାଙ୍କର ଓଭରନାଇଟ୍ ଆଉ ଏକ ମାସ ହାର ୮.୦୫ ପ୍ରତିଶତରୁ ୮.୧୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ୩ ମାସ ପାଇଁ ହାର ୮.୧୦ ପ୍ରତିଶତରୁ ୮.୨୦ ପ୍ରତିଶତକୁ ବୃଦ୍ଧି ପାଇଛି । ଯଦି ଆମେ ୬ ମାସ ପାଇଁ ହାର ବିଷୟରେ କହିବା, ତେବେ ତାହା ୮.୩୫ ପ୍ରତିଶତରୁ ୮.୪୦ ପ୍ରତିଶତକୁ ବୃଦ୍ଧି ପାଇଛି ।

ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦର ଓଭରନାଇଟ୍ ହାର ୭.୪୦ ପ୍ରତିଶତରୁ ୭.୪୫ ପ୍ରତିଶତକୁ ବୃଦ୍ଧି ପାଇଛି । ବ୍ୟାଙ୍କ ଅଫ୍ ଇଣ୍ଡିଆର ଓଭରନାଇଟ୍ ହାର ୭.୦୫ ପ୍ରତିଶତରୁ ୭.୩୦ ପ୍ରତିଶତକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.