fbpx

ମାଲାମାଲ ହେବେ ରାସନ କାର୍ଡଧାରୀ ! ଏବେ ମାଗଣାରେ ମିଳିବ ୧୫୦ କିଲୋ ଚାଉଳ, ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ପୁଣି ଆସିଛି ଏକ ଖୁସି ଖବର । ଏବେ କାର୍ଡଧାରୀମାନଙ୍କୁ ୧୫୦ କିଲୋଗ୍ରାମ ମାଗଣା ଚାଉଳ ମିଳିବ । ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ତେବେ ସରକାରଙ୍କ ପକ୍ଷରୁ ରାସନ କାର୍ଡରେ କୋଟି କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଏ । ଦରଦାମ ବଢୁଥିବା ଯୋଗୁଁ ଅସୁବିଧା ଭୋଗୁଥିବା ଲୋକମାନଙ୍କୁ ସରକାରଙ୍କ ଏହି ଯୋଜନାରୁ ବହୁତ ଲାଭ ମିଳୁଛି । ରାସନର ବଣ୍ଟନ ପରିବାର ସଦସ୍ୟଙ୍କ ସଂଖ୍ୟା ଆଧାରରେ କରାଯାଏ।

ଏବେ ସରକାର ଏହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ସମସ୍ତ କାର୍ଡ ଧାରକଙ୍କୂ ପୂର୍ବ ଅପେକ୍ଷା ଅଧିକ ରାସନ ମିଳିବ। ଲୋକଙ୍କୁ ଏବେ ୧୩୫ରୁ ୧୫୦ କିଲୋ ପ୍ରତି ଚାଉଳ ଅଧିକ ମିଳିବ। ଏହି ପରିବର୍ତ୍ତନ ସମସ୍ତଙ୍କ ପାଇଁ ଲାଗୁ ହୋଇଛି। ପୂର୍ବରୁ ଯେଉଁମାନଙ୍କୁ ୩୫ କିଲୋ ମାଗଣାରେ ଚାଉଳ ମିଳିଥିଲା ସେମାନଙ୍କୁ ଏବେ ୧୩୫ କିଲୋ ଚାଉଳ ମିଳିବ। ସେମିତି କିଛି ଧାରକଙ୍କୁ ୧୫୦ କିଲୋ ମାଗଣା ଚାଉଳ ମିଳିବ। ତେବେ ସରକାର ଏହାକୁ ନେଇ କିଛି ସର୍ତ୍ତ ବି ରଖିଛନ୍ତି।

ତେବେ ସରକାର ଏହି ଘୋଷଣା କେବଳ ଛତିଶଗଡ଼ ରାଜ୍ୟ ପାଇଁ ଲାଗୁ କରିଛନ୍ତି। ବିପିଏଲ କାର୍ଡଧାରକଙ୍କ ଏଥିପାଇଁ ଛତିଶଜଗଡ଼ରାଜ୍ୟର ଅଧିବାସୀ ହୋଇଥିବା ଜରୁରୀ। ଏମିତିରେ ୪୫ କିଲୋରୁ ୧୩୫ କିଲୋ ପର୍ଯ୍ୟନ୍ତ ମାଗଣା ଚାଉଳ ମିଳିବ। ଏହା ବ୍ୟତିତ ରାଜ୍ୟର ପ୍ରାଥମିକତା ରାସନ କାର୍ଡ଼ ଧାରକଙ୍କୁ ୧୫ କିଲୋରୁ ଆରମ୍ଭ କରି ୧୫୦ କିଲୋ ପର୍ଯ୍ୟନ୍ତ ବିତରଣ କରାଯିବ।

ସୂଚନା ଅନୁସାରେ କେନ୍ଦ୍ର ସରକାର ଙ୍କ ତରଫରୁ ମାଗଣା ରାସନ ବିତରଣ ଅକ୍ଟୋବର ମାସରୁ ହେବାର ଥିଲ।। ଏବେ ପର୍ଯ୍ୟନ୍ତ କିନ୍ତୁ ତାହା ହୋଇନାହିଁ। ଏବେ ଛତିଶଗଡ଼ ସରକାର ନିଜ କାର୍ଡ ଧାରକଙ୍କ ପାଇଁ ୧ ୫ ରୁ ୧୫୦ କିଲୋ ଚାଉଳ ମାଗଣାରେ ଦେବେ । ପ୍ରକୃତରେ କେନ୍ଦ୍ର ସରକାର ଦୁଇ ମାସରେ ଅତିରିକ୍ତ ଚାଉଳ ଯୋଡ଼ିବାର ଯୋଜନା ପାଇଁ ଏହାର ବିତରଣ ଏତେ ମାତ୍ରାରେ ସମ୍ଭବ ହୋଇପାରିଛି ।

Get real time updates directly on you device, subscribe now.