fbpx

ଶୀତଦିନରେ ଅଧିକ ସେବନ କରୁଛନ୍ତି କି କିସମିସ ଏବଂ ଖଜୁରୀ? ହୋଇଯାଆନ୍ତୁ ସତର୍କ, ନଚେତ ଭୋଗିପାରନ୍ତି ଏହିସବୁ ସମସ୍ୟା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଶ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ଖାସକରି ଶୀତଦିନରେ ଲୋକେ ସେମାନଙ୍କ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେଇଥାନ୍ତି । ଫଳରେ ଯୋଗ ବାୟାମ୍ କରିବା ସହ ବିଭିନ୍ନ ପ୍ରକାରର ଫଳ ଏବଂ ଡ୍ରାଏ ଫ୍ରୁଡ୍ସ ସେବନ କରିଥାନ୍ତି । ତେବେ ଶତୀ ଦିନରେ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଲୋକେ କାଜୁ, ଆଲମଣ୍ଡ, କିସମିସ୍, ଖଜୁରୀ କୋଳି ଆଦି ସେବନ କରନ୍ତି । କାରଣ ଏହି ଡ୍ରାଏ ଫ୍ରୁଡ୍ସରେ ଅନେକ ପୋଷକତତ୍ତ୍ୱ ଭରିରହିଥାଏ, ଯାହାକୁ ସେବନ କରିବା ଦ୍ୱାରା ଏହା ଆମ ଶରୀରୁ ଗରମ ପ୍ରଦାନ କରେ । ଶୀତଦିନରେ ଲୋକେ ଖାସ କରି କିସମିସ ଏବଂ ଖଜୁରୀ ଅଧିକ ମାତ୍ରାରେ ସେବନ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଶୀତ ଦିନରେ ଅଧିକ କିସମିସଏବଂ ଖଜୁରୀ ସେବନ କରିବା ଦ୍ୱାରା ଏହା ଆମ ଶରୀର ପାଇଁ ସମସ୍ୟା ସୃଷ୍ଟି କରେ । ଫଳରେ ଆମର ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଶୀତ ଦିନରେ ଅଧିକ କିସମିସ ଏବଂ ଖଜୁରୀ ସେବନ କରିବା କେଉଁ ସମସ୍ୟ ସୃଷ୍ଟି ହୋଇଥାଏ ।

ସୁଗାର ଲେବଲ ବୃଦ୍ଧି: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଶୀତଦିନରେ ଅଧିକ କିସମିସ ଏବଂ ଖଜୁରୀ ସେବନ କରିବା ସ୍ୱାସ୍ଥ୍ୟପାଇଁ ବିପଜ୍ଜନକ ହୋଇଥାଏ । କାରଣ ଏଥିରେ ଥିବା ଗ୍ଲୋଇସେମିକ ଇନଡେକ୍ସ ଶରୀରରେ ସୁଗାର ଲେବଲକୁ ବୃଦ୍ଧି କରିଥାଏ । ଫଳରେ ଡାଇବେଟିସ ହେବାର ଆଶଙ୍କା ବଢିଯାଏ । ତେଣୁ ଶୀତଦିନରେ ଏହାକୁ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ ।
ଲିଭର ସମସ୍ୟା: ଶୀତଦିନରେ ଅଧିକ କିସମିସ ସେବନ କରିବା ଏହା ଲିଭର ଉପରେ ଅନେକ ପ୍ରଭାବ ପକାଇଥାଏ । ଫଳରେ ହଜମ ପ୍ରକିୟାରେ ସମସ୍ୟା ଦେଖା ଦେବା ସହ ପେଟ ଜନୀତ ସମସ୍ୟା ମଧ୍ୟ ସୃଷ୍ଟି ହେବ ।

ଓଜନବୃଦ୍ଧି: ଶୀତଦିନରେ ଭିଜା ହୋଇଥିବା କିସମିସ ସେବନ କରିବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।ତେବେ ଏହାକୁ କୌଣସି ପତଳା ବ୍ୟକ୍ତି ସେବନ କରିବା ଉଚିତ୍ । କିନ୍ତୁ ଯେଉଁମାନେ ମେଦବହୁଳତାର ଶିକାର ହୋଇଛନ୍ତି । ସେମାନେ କିସମିସ ସେବନ ଠାରୁ ଦୂରେଇ ରୁହନ୍ତୁ ।

ହଜମ ପ୍ରକ୍ରିୟାରେ ସମସ୍ୟା: କିସମିସ ପରି ଖଜୁରୀ ମଧ୍ୟ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରେ । ଫଳରେ ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରେ । ତେଣୁ ଶୀତଦିନରେ ଅଧିକ ମାତ୍ରାରେ ଖଜୁରୀ ସେନବ କରନ୍ତୁ ନାହିଁ ।

ଆସ୍ଥମା ସମସ୍ୟା: ଖଜୁରୀ ସେବନ କରିବା ଦ୍ୱାରା କିଛି ଲୋକଙ୍କୁ ଆଲର୍ଜି ହୋଇଥାଏ । ଏତିସହିତ ଆସ୍ଥମା ଏବଂ ସ୍ୱାଶ ଜନିତ ସମସ୍ୟା ମଦ୍ୟ ଦେଖାଦେଇଥାଏ । ତେଣୁ ଶୀତଦିନରେ ଅଧିକ ଖଜୁରୀ ସେବନ କରିବା ସ୍ୱାସ୍ଥ୍ୟପାଇଁ ବିପଦ ସୃଷ୍ଟି କରେ ।

Get real time updates directly on you device, subscribe now.