fbpx

ପୂର୍ବତନ ମନ୍ତ୍ରୀ ରାଜା ପାଟେରିୟା ଗିରଫ: ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ

ମଧ୍ୟପ୍ରଦେଶ: କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜା ପାଟେରିୟା ଗିରଫ ହୋଇଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । କଂଗ୍ରେସ ନେତା ରାଜା ପାଟେରିୟାଙ୍କୁ ମଧ୍ୟପ୍ରଦେଶ ଦମୋହର ହଟ୍ଟାରେ ସକାଳ ୫.୩୦ ସମୟରେ ଗିରଫ କରାଯାଇଛି । ରାଜା ପଟେଲଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ସେଥିରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ହତ୍ୟା କଥା ଏବଂ ପରେ ସେ କଥାକୁ ଓଲଟାଇ ଦେଇଥିଲେ । ତାଙ୍କ କହିବା ଉଦ୍ଦେଶ୍ୟ ହେଲା ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କୁ ହରାଅ । ଖାଲି ଏତିକି ନୁହେଁ ସେ କହିଥିଲେ ଏହା କଥା କହିବା ଫ୍ଲୋରେ ଆସିଥିଲା ଭାରି ।

ଭିଡ଼ିଓରେ ଦେଖାଯାଉଛି, ରାଜାପାଟେରିୟା କିଛି କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବୋଧିତ କରୁଛନ୍ତି । ସେ କହୁଛନ୍ତି, “ମୋଦୀ ନିର୍ବାଚନ ସାରିଦେବା, ମୋଦୀ ଧର୍ମ, ଜାତି, ଭାଷା ଆଧାରରେ ବଣ୍ଟନ କରିଦେବେ, ଦଳିତ ନିଷ୍ପେସିତ ଆଦିବାସୀ ଏବଂ ଅଳ୍ପସଂଖ୍ୟକ ଜୀବନ ବିପଦରେ ପାକାଇଦେବେ, ଯଦି ସମ୍ବିଧାନକୁ ବଞ୍ଚାଇବାର ଅଛି ତେବେ ମୋଦୀଙ୍କ ହତ୍ୟା କରିବା ଦରକାର ।” ପରେ କହିଛନ୍ତି ହତ୍ୟା ମାନେ ହାରିବା ।

ଏହି ଭିଡ଼ିଓ ଭାଇରାଲ ହେବା ପରେ ପାଟେରିୟା ଏକ ସାକ୍ଷାତକାରରେ କହିଛନ୍ତି ଯେ, “ମୋଦୀଙ୍କ ହତ୍ୟା ମାନେ ମୋଦୀଙ୍କୁ ହରାଯାଉ । ହତ୍ୟା ଶବ୍ଦଟି ପାଟିରୁ ଫ୍ଲୋ ହୋଇଗଲା । ହେଲେ ଏହି ଭିଡ଼ିଓ ଯିଏ ସୁଟ କରିଛି ସିଏ କେବଳ ଏହାକୁ ହିଁ ଫୋକସ କରିଛି । ଏହି ଭିଡ଼ିଓଟି ସମ୍ପୂର୍ଣ୍ଣ ଏଡିଟ କରାଯାଇଛି, ହେଲେ ମୋ କହିବାର ଅର୍ଥ ତାହା ନଥିଲା ।”

କଂଗ୍ରେସର ପୂର୍ବତନ ମନ୍ତ୍ରୀ ପାଟେରିୟାଙ୍କ ଏହି ବୟାନରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏଫଆଇଆର ଦାଖଲ କରିଥିଲେ । ଏହାପରେ ଏମପି ପୋଲିସ ରାଜା ପାଟେରିୟାଙ୍କ ବିରୋଧରେ ମାମଲାକୁ ହସ୍ତାନ୍ତର କରିଥିଲେ । ଗୃହମନ୍ତ୍ରୀ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, “ମୁଁ ଏହି ଭିଡ଼ିଓକୁ ସମ୍ପୂର୍ଣ୍ଣ ଶୁଣିଛି, ସେଥିରେ ସ୍ପଷ୍ଟ ହୋଇଛି, ଏହା ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ନୁହେଁ । ଏହା ଇଟାଲୀର କଂଗ୍ରେସ ଏବଂ ଇଟାଲୀର ମାନସିକତା ମୁସୋଲିନ ପରି । ରାହୁଲ ଗାନ୍ଧୀ ଯାତ୍ରାରେ ସ୍ୱାରା ଭାଷ୍କର, କହ୍ନେୟା କୁମାର, ସୁଶାନ୍ତ ଅଛନ୍ତି । ମୁଁ ଏହି ମାମଲାରେ ତକ୍ରାଳ ଏଫଆଇଆର ନିର୍ଦ୍ଦେଶ ଜାରି କରୁଛି ।” ଏହାପରେ ପୋଲିସ ଆଜି ଭୋର ସାଢେ ପାଞ୍ଚଟା ସମୟରେ ପାଟେରିୟାଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.