fbpx

ଏସିଡ୍ ବିକ୍ରୟ ପାଇଁ ଫ୍ଲିପକାର୍ଟ, ମେଶୋକୁ ନୋଟିସ୍ କଲେ ସରକାର, ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଏବଂ ମେଶୋ ଡଟ୍ କମ୍ କୁ ସେମାନଙ୍କ ପ୍ଲାଟଫର୍ମରେ ଏସିଡ୍ ବିକ୍ରୟ ସହ ଜଡିତ ନିୟମ ଉଲ୍ଲଂଘନ ପାଇଁ ନୋଟିସ୍ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ଦ୍ୱାରା ଏହି ନୋଟିସ୍ ପଠାଯାଇଛି । ନିକଟରେ ଦିଲ୍ଲୀର ଦ୍ୱାରକାସ୍ଥିତ ଏକ ଯୁବତୀଙ୍କ ଉପରେ ହୋଇଥିବା ଏସିଡ୍ ଆକ୍ରମଣରେ ଅଭିଯୁକ୍ତମାନେ ଫ୍ଲିପକାର୍ଟରୁ ଏସିଡ୍ କିଣିଥିବା ଖବର ପାଇବା ପରେ ଏହି ନୋଟିସ୍ ଜାରି କରାଯାଇଛି ।

ଦିଲ୍ଲୀ ମହିଳା ଆୟୋଗ ମଧ୍ୟ ଗୁରୁବାର ଦିନ ଦୁଇଟି ଇ-କମର୍ସ ସଂସ୍ଥାକୁ ଏହାର ପ୍ଲାଟଫର୍ମରେ ଏସିଡ୍ ବିକ୍ରିକୁ ଅନୁମତି ଦେଇଥିବାର ନୋଟିସ୍ ଜାରି କରିଛି । ଏହାପୂର୍ବରୁ ଦିଲ୍ଲୀ ପୋଲିସ ମଧ୍ୟ ଫ୍ଲିପକାର୍ଟକୁ ନୋଟିସ ଜାରି କରିଥିଲା ।

ନିୟମ ଉଲ୍ଲଂଘନ କରି ସେମାନଙ୍କ ପ୍ଲାଟଫର୍ମରେ ଏସିଡ୍ ବିକ୍ରୟ କରିବାକୁ ଅନୁମତି ଦେବା ପାଇଁ ସିସିପିଏ ଦୁଇଟି ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଇଣ୍ଟରନେଟ୍ ପିଭି ଲିମିଟେଡ୍ ଏବଂ ଫ୍ୟାଶନିଆର୍ ଟେକ୍ନୋଲୋଜି ପିଭି ଲିମିଟେଡ୍ (ମେଶୋ ଡଟ୍ କମ୍‌) କୁ ନୋଟିସ୍ ଜାରି କରିଛି । ଏହି କମ୍ପାନୀଗୁଡ଼ିକୁ ସାତ ଦିନ ମଧ୍ୟରେ ବିସ୍ତୃତ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିବୃତ୍ତିରେ କୁହାଯାଇଛି ଯେ, ଯଦି ଇ-କମର୍ସ କମ୍ପାନୀଗୁଡ଼ିକ ସିସିପିଏ ନିର୍ଦ୍ଦେଶନାମା ପାଳନ ନକରନ୍ତି ତେବେ ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ର ବ୍ୟବସ୍ଥା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.