ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଲୋକଙ୍କ ପାଇଁ ଅନେକ ଯୋଜନା ଚାଲିଛି । ଏହି ଯୋଜନାଗୁଡ଼ିକରେ କିଛି ଏପରି ସ୍କିମ୍ ରହିଛି, ଯାହା ମାଧ୍ୟମରେ ସରକାର ଲୋକଙ୍କୁ ସଞ୍ଚ କରିବାକୁ ଉତ୍ସାହିତ କରୁଛନ୍ତି । ଏଥି ସହିତ ଦୀର୍ଘ ଦିନ ଧରି ପୁଞ୍ଜି ନିବେଶ ପାଇଁ ଲୋକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ସରକାର ଅନେକ ଯୋଜନାର ଅଫର୍ କରୁଛନ୍ତି । ଏହି ଯୋଜନାଗୁଡିକ ମଧ୍ୟରୁ ଗୋଟିଏ ହେଉଛି ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (PPF) । PPF ମାଧ୍ୟମରେ ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ସଞ୍ଚୟ ଏବଂ ନିବେଶ କରିବାର ସୁଯୋଗ ପାଆନ୍ତି ।
ସୁଧ ହାର :-
PPF ସ୍କିମ୍ ଅନୁଯାୟୀ ଜଣେ ନିବେଶକ ବର୍ଷକୁ ସର୍ବନିମ୍ନ ୫୦୦ ଟଙ୍କା ନିବେଶ କରିପାରିବେ । ଏଥି ସହିତ ଗୋଟିଏ ବର୍ଷରେ ଏହି ଯୋଜନାରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ନିବେଶ କରାଯାଇପାରିବ । ବର୍ତ୍ତମାନ ଏହି ଯୋଜନାରେ ସରକାର ୭.୧ ପ୍ରତିଶତ ସୁଧ ଦେଉଛନ୍ତି ।
PPF କାର୍ଯ୍ୟକାଳ :-
ଦୀର୍ଘ ସମୟ ଧରି ସରକାରଙ୍କ ଏହି ଯୋଜନାରେ ନିବେଶ କରିବାକୁ ଲୋକଙ୍କୁ ଉତ୍ସାହିତ କରାଯାଉଛି । ଏହି ଯୋଜନାରେ ୧୫ ବର୍ଷର କାର୍ଯ୍ୟକାଳ ପାଇଁ ନିବେଶ କରାଯାଇପାରିବ । ଅନ୍ୟ ପଟେ ଯଦି ନିବେଶର ୧୫ ବର୍ଷ ପରେ ମଧ୍ୟ ଜାରି ରଖିବାକୁ ଚାହାଁନ୍ତି, ତେବେ ୫-୫ ବର୍ଷ ଅନୁଯାୟୀ ଏହାକୁ ଆହୁରି ବିସ୍ତାର କରିପାରିବେ । ନିବେଶ ଉପରେ ମ୍ୟାଚ୍ୟୁରିଟି ପରିମାଣ ଏହା ନିର୍ଭର କରେ ।
PPF ଆଧାର ଲିଙ୍କ୍ :-
ଏଥି ସହିତ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ (PPF) ରେ ଗୋଟିଏ କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ ଏବଂ ଏହା ତୁରନ୍ତ କରାଯିବା ଉଚିତ । ନଚେତ୍ ଆପଣଙ୍କ ଏତେ ବର୍ଷର କଠିନ ପରିଶ୍ରମ ପାଣିରେ ପଡ଼ିପାରେ । ତେବେ PPF ଆକାଉଣ୍ଟକୁ ଆଧାର କାର୍ଡ ସହିତ ମଧ୍ୟ ଲିଙ୍କ୍ କରାଯିବା ଉଚିତ୍ । PPF ଆକାଉଣ୍ଟକୁ ଆଧାର କାର୍ଡ ସହିତ ଲିଙ୍କ କରିବା ଦ୍ୱାରା ଅନେକ କାମ ସହଜ ହୋଇଯିବ ।
ଆଧାର କାର୍ଡକୁ PPF ସହିତ ଲିଙ୍କ୍ କରନ୍ତୁ :-
-ସର୍ବପ୍ରଥମେ ଆପଣଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଆକାଉଣ୍ଟରେ ଲଗଇନ୍ କରନ୍ତୁ ।
– ଏହା ପରେ Registration of Aadhaar Number in Internet Bankingକୁ ବାଛନ୍ତୁ ।
-ଏହା ପରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏଣ୍ଟର କରନ୍ତୁ ଏବଂ Confirm ଉପରେ କ୍ଲିକ୍ କରନ୍ତୁ ।
-ଏହା ପରେ ଆପଣଙ୍କର ପିପିଏଫ୍ ଆକାଉଣ୍ଟ ବାଛନ୍ତୁ, ଯାହାକୁ ଆପଣ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ଚାହୁଁଛନ୍ତି ।
-ଏହା ପରେ Inquiry ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କର ଆଧାର କାର୍ଡ PPF ଆକାଉଣ୍ଟ ସହିତ ଲିଙ୍କ୍ ହୋଇଛି କି ନାହିଁ ଚେକ୍ କରନ୍ତୁ ।