fbpx

ଅନୁପସ୍ଥିତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୯୬ ଶିକ୍ଷକଙ୍କୁ ନିଲମ୍ବିତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ସ୍ବରୂପ ୨୬ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ୧୫୪ ପ୍ରାଥମିକ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ପ୍ରାଥମିକ ବର୍ଗର କନିଷ୍ଠ ଶିକ୍ଷକ କରୁଥିବା ୯୬ ଜଣଙ୍କୁ ବହିଷ୍କାର କରାଯାଇଛି।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାର ସାମଗ୍ରୀକ ବିକାଶ ପାଇଁ ଗୁରୁତ୍ୱ ଦେଇ ଆସୁଛନ୍ତି । ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ଅଧିକ ବ୍ୟବସ୍ଥିତ କରିବା ସହ ବ୍ଲକ୍ ଓ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଶିକ୍ଷା ବ୍ୟସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ଏସବୁ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗ ପକ୍ଷରୁ ଗତ ୧୬ ଏବଂ ୧୭ ତାରିଖରେ ସେଣ୍ଟ୍ରାଲ ଜୋନ୍‌ର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କ ପାଇଁ ଦୁଇଦିନିଆ କର୍ମଶାଳା ଓ ସମିକ୍ଷା ଅନୁଷ୍ଠିତ ହୋଇଯାଇଛି ।

ତେବେ ବହୁ ଦିନ ଧରି ଅନେକ ଶିକ୍ଷକ ଅନୁପସ୍ଥିତ ରହିଥିବା ଏହି କର୍ମଶାଳାର ସମିକ୍ଷା ବୈଠକରେ ସରକାରଙ୍କ ନଜରକୁ ଆସିଥିଲା । ତେଣୁ ଦିର୍ଘଦିନ ଧରି ଅନୁପସ୍ଥିତ ଥିବା ୨୬ ଜଣ ଶିକ୍ଷକ ବିରୁଦ୍ଧରେ ସରକାର ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛନ୍ତି । ଏହା ବ୍ୟତିତ ୧୫୪ ଜଣ ଶିକ୍ଷକଙ୍କୁ ଦିର୍ଘ ଦିନ ଧରି ଅନୁପସ୍ଥିତ ଥିବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ସେହିପରି କନିଷ୍ଠ ବର୍ଗର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ୯୬ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରିରୁ ବହିସ୍କାର କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁତ୍ରରୁ ସୂଚନା ଦିଆଯାଇଛି । ତେବେ ଆଗାମୀ ଦିନରେ ଏହି ସମିକ୍ଷାକୁ ଆହୁରୁ ତ୍ୱରାନ୍ୱିତ କରାଯିବା ସହ ଏଭଳିକାର୍ଯ୍ୟ କ୍ଷେତ୍ରରେ ଅବହେଳାକୁ ଉଚିତ୍ ଦଣ୍ଡବିଧାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.