fbpx

ଚାଲିଥିଲା କ୍ରିସମାସ୍ ପାର୍ଟି; ଗର୍ଭବତୀ ୱେଟରଙ୍କୁ ଦେଖି ତରଳିଲା ହୃଦୟ, ଟିପ୍ସରେ ଦେଲେ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: ଦୁନିଆରେ ଉଭୟ ଭଲ ଏବଂ ଖରାପ ଲୋକ ରହିଛନ୍ତି । ଏହି ଲୋକମାନଙ୍କ ସହ ଜଡିତ ଅନେକ ପ୍ରକାରର ଖବର ସାମ୍ନାକୁ ଆସେ । କିଛି ଖବର ଲୋକଙ୍କୁ ହସାଇଥାଏ ତ କିଛି ଖବର ଦୁଃଖ ଦେଇଥାଏ । ତେବେ ବର୍ତ୍ତମାନ ଆମେରିକାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ପେନସିଲଭାନିଆ ପ୍ରଦେଶର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଅଞ୍ଚଳର କିଛି ସାଙ୍ଗ ଏକ ରେଷ୍ଟୁରାଣ୍ଟରେ କ୍ରିସମାସ ପାର୍ଟି ପାଇଁ ଆସିଥିଲେ । ପାର୍ଟିରେ ରାତ୍ରି ଭୋଜନ ସାରିବା ପରେ, ସେ ଏପରି ଏକ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ସମଗ୍ର ବିଶ୍ୱ ତାଙ୍କର ପ୍ରଶଂସା କରୁଛି ।

ସୂଚନା ଅନୁଯାୟୀ, ଜାମି ମାଇକେଲ ନାମକ ଜଣେ ବ୍ୟକ୍ତି ତାଙ୍କର ଦୁଇ ସାଙ୍ଗଙ୍କ ସହିତ ପେନସିଲଭାନିଆର ଏକ ହୋଟେଲରେ ରାତ୍ରି ଭୋଜନ କରିବାକୁ ଯାଇଥିଲେ । ଏଠାରେ ଜଣେ ୱେଟର ତାଙ୍କୁ ଖାଇବାକୁ ଦେଉଥିଲେ । ଖାଦ୍ୟ ଖାଇବା ସମୟରେ ସାଙ୍ଗମାନେ ଜାଣିବାକୁ ପାଇଲେ ଯେ ମହିଳା ୱେଟର ଗର୍ଭବତୀ ଅଛନ୍ତି । ଏହା ପରେ ସାଙ୍ଗମାନେ ଯାହା କରିଥିଲେ ତାହା ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ସମସ୍ତ ସାଙ୍ଗମାନେ ଏକାଠି ହୋଇ ଏସ୍ଲେ ବାରେଟ୍ ନାମକ ଏହି ୱେଟରଙ୍କୁ ୧୩୦୦ ଡଲାର ଅର୍ଥାତ ୧.୧୦ ଲକ୍ଷ ଟଙ୍କାର ଏକ ଟିପ୍ସ ଦେଇଥିଲେ । ୱେଟର ବିଲ୍ ଆଣିବା ମାତ୍ରେ ଜାମି ମାଇକେଲ୍ ୧୩୦୦ ଡଲାର୍ ନଗଦ ଟଙ୍କା ମହିଳାଙ୍କୁ ଦେବା ଆରମ୍ଭ କରିଥିଲେ ।

ଜାମି ମାଇକେଲ ଟିପ୍ ଦେବା ମାତ୍ରେ ପ୍ରଥମ ୱେଟର ନେବାକୁ ମନା କରିଥିଲେ । ବାଧ୍ୟ କରିବା ପରେ ମହିଳା ଜଣଙ୍କ କାନ୍ଦି କାନ୍ଦି ଜାମି ମାଇକେଲଙ୍କୁ ଆଲିଙ୍ଗନ କରି ଟଙ୍କା ନେଇଥିଲେ । ଜାମି ମାଇକେଲ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭାଇରାଲ ହେବା ପରେ ଜାମି ୱେଟରଙ୍କୁ ସାହାଯ୍ୟ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ । ଲୋକମାନେ ମଧ୍ୟ ୱେଟରଙ୍କୁ ସାହାଯ୍ୟ କରୁଛନ୍ତି । ଲୋକମାନେ ଜାମିଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.