fbpx

ଚେକିଂ ବେଳେ ହୋମଗାର୍ଡଙ୍କୁ ମଡ଼ାଇ ନେଲା ଭ୍ୟାନ୍; ଘଟଣାସ୍ଥଳରେ ହୋମଗାର୍ଡ ମୃତ

କେନ୍ଦ୍ରାପଡ଼ା: ବଳଭଦ୍ରପୁର ଠାରେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଚେକିଂ କରୁଥିଲା ବେଳେ ଜଣେ ହୋମଗାର୍ଡଙ୍କୁ ଏକ ଭ୍ୟାନ ମଡ଼ାଇ ନେଇ ପଳାଇଥିଲା । ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦ୍ରୁତଗତିରେ ଆସୁଥିବା ଗାଡ଼ିଟିକୁ ଅଟକାଇବା ବେଳେ ଭ୍ୟାନଟି ଧକ୍କା ଦେଇ ପଳାଇଥିଲା । ଫଳରେ ଏଭଳି ଏକ ଅଘଟଣ ଘଟିଯାଇଛି । ଭ୍ୟାନକୁ ପୋଲିସ ପିଛା କରୁଥିଲା ବୋଲି ଜଣା ପଡ଼ିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ଡେରାବିଶ ପୋଲିସ ବୁଝାସୁଝା କରୁଛି ।

Get real time updates directly on you device, subscribe now.