fbpx

Video: ମଝି ଆକାଶରେ ଇଣ୍ଡିଗୋ କ୍ରୁ ଏବଂ ଯାତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ, ଏୟାର ହୋଷ୍ଟେସ୍ କହିଲେ- ‘ମୁଁ ତୁମ ଚାକର ନୁହେଁ…’

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ କ୍ରୁ ସଦସ୍ୟ ଏବଂ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିବା ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । ସୂଚନା ଅନୁସାରେ ଏହି ଘଟଣା ତୁର୍କୀର ଇସ୍ତାନବୁଲ୍‌ରୁ ନୂଆଦିଲ୍ଲୀ ଆସୁଥିବା ବିମାନରେ ଖାଇବାକୁ ନେଇ ହୋଇଥିଲା । ଏହିଘଟଣାକୁ ନେଇ ଏୟାରଲାଇନ୍ ଏହାର ପ୍ରତିକ୍ରିୟାରେ କହିଛି ଯେ, ଯାତ୍ରୀ ଜଣକ ବିମାନରେ ଖରାପ ବ୍ୟବହାର ଦେଖାଇଥିଲେ ଏବଂ ଏୟାରହୋସ୍ଟେସ୍‌ଙ୍କୁ ଅପମାନିତ କରିଥିଲେ । ଏହାପରେ ବିମାନର କ୍ୟାପଟେନ୍‌ଙ୍କୁ ଘଟଣାରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।

ଏହା ସହିତ କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ସେମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି ଏବଂ ନିଶ୍ଚିତ କରିଛନ୍ତି ଯେ ଗ୍ରାହକଙ୍କ ସୁବିଧା ସର୍ବଦା ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ । ତେବେ ସମାନ ବିମାନରେ ଥିବା ଜଣେ ଯାତ୍ରୀ ତାଙ୍କର ଗୁରୁପ୍ରୀତ ସିଂ ହାନ୍ସ ଡିସେମ୍ବର ୧୯ ଟ୍ୱିଟରେ କହିଛନ୍ତି ଯେ, ସେ ଦୁର୍ଭାଗ୍ୟବଶତ ଇଣ୍ଡିଗୋ ବିମାନରେ ଟିକେଟ ବୁକ୍ କରିଛନ୍ତି ।

“ପ୍ରତ୍ୟେକ ଆନ୍ତର୍ଜାତୀୟ ଲମ୍ବା ଯାତ୍ରା ( ଉଦାହରଣରେ ଦୁବାଇରୁ ଭାରତ ପର୍ଯ୍ୟନ୍ତ ପରିଚାଳନା କରିପାରିବା) ସିଟ୍ ସାମ୍ନାରେ ଏକ ଭୋଜନ ବିକଳ୍ପ ରହିଥାଏ, କିଛିଟାରେ ରହି ନଥାଏ । ଏହି ସୁବିଧା ବିନା କିଛି ଲୋକେ ଯାତ୍ରା କରିପାରନ୍ତି ଏବଂ କିଛି କରି ପାରନ୍ତି ନାହିଁ । ସେମାନଙ୍କୁ ଖାଦ୍ୟର ବିକଳ୍ପ ଆବଶ୍ୟକ ରହିଥାଏ ବୋଲି ଶ୍ରୀ ହାନ୍ସ ତାଙ୍କର ପ୍ରଥମ ଟ୍ୱିଟରେ କହିଛନ୍ତି ।

ସେ କହିଛନ୍ତି, “ମୁଁ ମୋ ଆଖି ସାମ୍ନାରେ ଦେଖୁଛି ଜଣେ ପୁରୁଷ ଜଣେ ମହିଳା କର୍ମଚାରୀଙ୍କ ସହିତ କିପରି ବ୍ୟବହାର କରିଥିଲେ ଏବଂ ଜଣେ ମହିଳା କର୍ମଚାରୀ ତାଙ୍କ ସହିତ କିପରି ବ୍ୟବହାର କରିଛନ୍ତିି ।

ଏହି ଭିଡିଓକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ବିତର୍କ ଆରମ୍ଭ ହୋଇଯାଇଛି । କିଛି ଲୋକେ ଏୟାର ହୋସ୍ଟେସ୍‌ଙ୍କ ପକ୍ଷ ନେଉଥିବା ବେଳେ ଆଉ କିଛି ଯାତ୍ରୀଙ୍କ ପକ୍ଷ ନେଇ ଏୟାରଲାଇନ୍ସ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.