fbpx

ନୂଆ ବିବାହିତ ଦମ୍ପତିଙ୍କୁ ସରକାରଙ୍କ ଏହି ଯୋଜନାରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା: ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପ୍ରତିବର୍ଷ ଦୀପାବଳିର କିଛି ଦିନ ପରେ ବିବାହ ଋତୁ ଆରମ୍ଭ ହୁଏ । ଚଳିତ ବର୍ଷ ଅନେକ ପରିବାରର ପୁଅ ଓ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏପରି ପରିସ୍ଥିତିରେ ଆପଣଙ୍କୁ ସରକାରଙ୍କ ଏହି ଯୋଜନା ବିଷୟରେ ଜାଣିବ ଉଚିତ୍ । ଆଜି ଆମେ ଆପଣଙ୍କ ଏପରି ଏକ ଯୋଜନା ବିଷୟରେ କହିବାକୁ ଯାଉଛି, ଯାହା ଅଧିନରେ ସରକାର ନୂଆ ବିବାହିତ ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦେଉଛନ୍ତି । ଯଦି ଆପଣ ଏହି ଯୋଜନା ଅଧିନରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ନିଜ ଅଞ୍ଚଳର ସାଂସଦ ବା ବିଧାୟକଙ୍କ ପାଖରେ ଯାଇ ଆବେଦନ କରିବାକୁ ପଡ଼ିବ । ଏହି ଯୋଜନାର କିପରି ଲାଭ ଉଠାଇବେ, ଆସନ୍ତୁ ଜାଣିବା ଆପଣ…

ଏପରି ଯୋଜନା ପାଇଁ କରନ୍ତୁ ଆବେଦନ :-
– ଏହି ଯୋଜନାର ଲାଭ ଉଠାଇବାକୁ ଆପଣଙ୍କୁ ନିଜ ଅଞ୍ଚଳର ବିଧାୟକ କିମ୍ବା ସାଂସଦଙ୍କ ନିକଟକୁ ଯିବାକୁ ପଡିବ । ଆପଣଙ୍କ ଦ୍ୱାରା ଦିଆଯାଇଥିବା ଆବେଦନକୁ ସେମାନେ ଡକ୍ଟର ଆମ୍ବେଦକର ଫାଉଣ୍ଡେସନ କାର୍ଯ୍ୟାଳୟକୁ ପଠାଇବେ ।

– ଆପଣ ଏହି ଯୋଜନା ପାଇଁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟରେ ମଧ୍ୟ ଆବେଦନ କରିପାରିବେ । ମନେରଖନ୍ତୁ ଯେ ଆବେଦନକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରନ୍ତୁ ଏବଂ ନିୟମ ଅନୁଯାୟୀ ଏହାକୁ ଅଫିସରେ ଦାଖଲ କରନ୍ତୁ । ସେଠାରୁ ମଧ୍ୟ ଆପଣଙ୍କର ଆବେଦନ ଡକ୍ଟର ଆମ୍ବେଦକର ଫାଉଣ୍ଡେସନକୁ ପଠାଯିବ ।

ଏହି ଯୋଜନା ଅଧୀନରେ କିଏ ଆବେଦନ କରିପାରିବ?
ଏହି ଯୋଜନା ଅଧୀନରେ କେବଳ ସେହି ବର୍ଗର ଲୋକମାନଙ୍କର ଆବେଦନଗୁଡ଼ିକ ଗ୍ରହଣ କରାଯାଏ, ଯେଉଁମାନେ ସାଧାରଣ ବର୍ଗର ହୋଇ କୌଣସି ଦଳିତ ସମ୍ପ୍ରଦାୟର ଝିଅ ସହ ବିବାହ କରନ୍ତିି ଅର୍ଥାତ୍ ବାହାହେବାକୁ ଯାଉଥିବା ପୁଅ ଏବଂ ଝିଅ ଗୋଟିଏ ଜାତିର ହୋଇନଥିବା ଉଚିତ୍ । ଆପଣଙ୍କ ବାହାଘର ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ ପଞ୍ଜୀକୃତ ହେବା ଉଚିତ୍ । ଏହାକୁ ଧ୍ୟାନରେ ରଖନ୍ତୁ, ଏହା ଆପଣଙ୍କର ପ୍ରଥମ ବିବାହ ହେବା ଉଚିତ୍ । ଯଦି ଏହା ଆପଣଙ୍କର ଦ୍ୱିତୀୟ ବିବାହ ତେବେ ଆପଣ ଏହି ଯୋଜନାର ଲାଭ ପାଇବେ ନାହିଁ । ଯଦି ଆପଣ ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ ଉଠାଇଛନ୍ତି, ତେବେ ଏହାର ପରିମାଣ କମାଯାଏ ।

କିପରି ଆବେଦନ କରିବେ?

-ନୂଆ ବିବାହିତ ଦମ୍ପତିମାନଙ୍କୁ ଏହି ଆବେଦନ ସହିତ ସେମାନଙ୍କର ଜାତି ପ୍ରମାଣପତ୍ର ସଂଲଗ୍ନ କରିବାକୁ ପଡିବ ।

-ଆବେଦନ ସହିତ ବିବାହ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ ।

-ଆପଣଙ୍କୁ ବିବାହିତ ବୋଲି ଦର୍ଶାଇ ଏକ ଆଫିଡେଭିଟ୍ ମଧ୍ୟ ଦେବାକୁ ପଡିବ ।

-ଏହା ଆପଣଙ୍କର ପ୍ରଥମ ବିବାହ ବୋଲି ପ୍ରମାଣିତ କରିବାକୁ ପଡ଼ିବ ।

-ସ୍ୱାମୀ ପତ୍ନୀଙ୍କୁ ଇନକମ୍ ସାର୍ଟିଫିକେଟ୍ ଜମା କରିବାକୁ ପଡ଼ିବ ।

-ଜଏଣ୍ଟ୍ ବ୍ୟାଙ୍କ ଆକାଉଣ୍ଟ ଜମା ହେବ, ଯେଉଁଥିରେ ଆପଣଙ୍କୁ ଟଙ୍କା ଟ୍ରାନ୍ସଫର କରାଯିବ ।

-ଆବେଦନପତ୍ର ଦାଖଲ କରିବା ପରେ ଏହା ଯାଞ୍ଚ କରାଯାଇଥାଏ ଏବଂ କିଛି ଦିନ ପରେ ସେମାନଙ୍କ ନାମରେ ସ୍ୱାମୀ-ସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥାଏ, ବାକି ୧ ଲକ୍ଷ ଟଙ୍କା ଏଫଡି ଭାବରେ ଦିଆଯାଏ ।

Get real time updates directly on you device, subscribe now.