fbpx

କୋଭିଡର ନୂଆ ଭାରିଆଣ୍ଟର ବଦଳୁଛି ଲକ୍ଷଣ: ଏହି ୧୮ଟି ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ଆଲର୍ଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ପୁଣି ଥରେ କରୋନା ଭାଇରସ୍ ତା’ର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ଏହି ଭାଇରସର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି ଓ ମ୍ୟୁଟେସନ କାରଣରୁ ଏହା ନିଜର ଲକ୍ଷଣ ବଦଳାଉଛି । ତେବେ ବର୍ତ୍ତମାନ ଚୀନ ସହ ଅନେକ ଦେଶରେ ଓମିକ୍ରନ ଭାରିଆଣ୍ଟର ବିଏଫ.୭ ଭାରିଆଣ୍ଟ ମାଡ଼ି ଚାଲିଛି । ତେଣୁ ଏଭଳି ସ୍ଥିତିରେ ଏହି ନୂଆ ଭାରିଆଣ୍ଟର ଲକ୍ଷଣ ନେଇ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ।

ଭାଇରସ କ୍ରମାଗତ ଭାବେ ମ୍ୟୁଟେଟ ହେଉଛି ଓ ମ୍ୟୁଟେସନ କାରଣରୁ ଏହାର ଲକ୍ଷଣ ବଦଳୁଛି । କିଛି କ୍ଷେତ୍ରରେ ଯେଉଁମାନେ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନେ ମଧ୍ୟ ପଜିଟିଭ୍ ହେଉଛନ୍ତି । ତେବେ ଯେଉଁ ଲକ୍ଷଣଗୁଡ଼ିକୁ ଆପଣ ଅଣଦେଖା କରିବେ, ତାହା କରୋନାର ଲକ୍ଷଣ ହୋଇଥାଇପାରେ । କରୋନାର ନୂଆ ଲକ୍ଷଣ ବିଷୟରେ ସ୍ୱାସ୍ଥ୍ୟ ରିସର୍ଚ୍ଚ ଜୋଏ ପକ୍ଷରୁ ସୂଚନା ଜାରି କରାଯାଇଛି ।

ମହାମାରୀ ପ୍ରାରମ୍ଭ ସମୟରୁ ଜୋଏ ପକ୍ଷରୁ କୋଭିଡ୍ ଲକ୍ଷଣ ବିଷୟରେ ତଥ୍ୟ ପ୍ରଦାନ କରାଯାଉଛି । ଭାଇରସର ଲକ୍ଷଣଗୁଡ଼ିକ ହେଉଛି- ଗଳା ଯନ୍ତ୍ରଣା, ଛିଙ୍କ, ନାକ ବୋହିବା, ବନ୍ଦ ନାକ, ବିନା କଫଯୁକ୍ତ କାଶ, ମୁଣ୍ଡବ୍ୟଥା, କଫ ସହ କାଶ, କଥା କହିବାରେ ସମସ୍ୟା, ମାଂଶପେଶୀରେ ଯନ୍ତ୍ରଣା, ଗନ୍ଧ ବାରି ନ ପାରିବା, ଅଧିକ ବୁଖାର, କମ୍ପକମ୍ପି ସହିତ ବୁଖାର, କ୍ରମାଗତ କାଶ, ଶ୍ୱାସରେ ସମସ୍ୟା, ଥକ୍କା ଅନୁଭବ, ଭୋକ ହ୍ରାସ, ଡାଇରିଆ, ବୀମାର ହେବା ଆଦି । ଘ୍ରାଣଶକ୍ତି ହ୍ରାସ ଓ ନିଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହେବା କୋଭିଡ-୧୯ର ବିଏଫ.୭ ଭାରିଆଣ୍ଟର ସାଧାରର ଲକ୍ଷଣ । କରୋନାର ଅନ୍ୟ ଭାରିଆଣ୍ଟରେ ମଧ୍ୟ ଏହା ସାଧାରଣ ଲକ୍ଷଣ ।

Get real time updates directly on you device, subscribe now.