fbpx

IGNOU ର BEd, PhD ଏବଂ BSc ନର୍ସିଂ ପ୍ରବେଶିକା ପରୀକ୍ଷା ପାଇଁ ବଢ଼ିଲା ଆବେଦନ ତାରିଖ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(IGNOU) ଏହାର ପ୍ରବେଶିକା ପରୀକ୍ଷା ଜାନୁଆରୀ ୨୦୨୩ ପାଇଁ ପଞ୍ଜିକରଣ ତାରିଖକୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି । ବିଏଡ, ବିଏସ୍‌ସି ନର୍ସିଂ, ଏବଂ ପିଏଚ୍‌ଡି ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି । ଏହି ପରୀକ୍ଷାରେ ଭାଗ ନେବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଇଗ୍ନୋର ଅଫିସିଆଲ୍ ୱେବସାଇଟ୍ ସଶଦ୍ଭକ୍ଟଙ୍କ.ବମ.ସଦ୍ଭ ରେ ଯାଇ ଆବେଦନ କରିବାକୁ ପଡ଼ିବ ।

ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ନଭେମ୍ବରର ଶେଷ ସପ୍ତାହରେ ଆରମ୍ଭ ହୋଇଥିଲା । ଏହାପୂର୍ବରୁ, ଜାନୁଆରୀ ୨୦୨୩ ରେ ଇଗ୍ନୋ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୨୦, ୨୦୨୨ ଥିଲା ।

ଇଗ୍ନୋର ବି.ଏଡ (BEd), ପିଏଚ୍‌ଡି (PhD) ଏବଂ ବିଏସ୍‌ସି ନର୍ସିଂ (BSc ନର୍ସିଂ) ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ୮ ଜାନୁୟାରୀ ୨୦୨୩ ରେ କରାଯିବ । ପ୍ରାର୍ଥୀମାନଙ୍କୁ ପ୍ରବେଶ ପରୀକ୍ଷାରେ ହାଜର ହେବା ପାଇଁ ପଞ୍ଜୀକରଣ ଫି ମଧ୍ୟ ଦେବାକୁ ପଡିବ । ପ୍ରାର୍ଥୀମାନଙ୍କୁ ଜାନୁଆରୀ ୨୦୨୩ ରେ ଇଗ୍ନୋ ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ ଫି ଭାବରେ ୧୦୦୦ ଟଙ୍କା ଦେବାକୁ ପଡିବ । ଜାନୁଆରୀ ୨୦୨୩ ଅଧିବେଶନ ପାଇଁ ବିଏଡ ଏବଂ ବିଏସ୍‌ସିଏନ (PB) ଏବଂ ଜୁଲାଇ ୨୦୨୨ ଅଧିବେଶନ ପାଇଁ ପିଏଚ୍‌ଡି ପରୀକ୍ଷା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.