fbpx

ନାଗରିକତା ସଂଶୋଧନ ବିଲ୍ ସପକ୍ଷରେ ପଡ଼ିଲା ୨୯୩ ଭୋଟ୍

ନୂଆଦିଲ୍ଲୀ, ୯ା୧୨: ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ଆଗତ କରିଥିଲେ । ନାଗରିକତା ସଂଶୋଧନ ବିଲ ଉପସ୍ଥାପନ ହେବା ନେଇ ସଂସଦରେ ଭୋଟିଂ ହୋଇଥିଲା ।  ବିଲ ଉପସ୍ଥାପନ କରିବା ସପକ୍ଷରେ ୨୯୩ଟି ଭୋଟ ପଡ଼ିଛି । ସେହିପରି ବିଲ ବିପକ୍ଷରେ  ୮୨ଟି ଭୋଟ୍ ପଡ଼ିଛି । ସଂସଦରେ ୩୭୫ଜଣ ସଦସ୍ୟ ଉପସ୍ଥିତ ରହିଥିଲେ । ଏହାସହ ବିଜେଡ଼ି ଏହି ବିଲକୁ ସମର୍ଥନ କରିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ଗୃହରେ ଏହି ବିଲ୍ ଆଗତ ହେବା ସମୟରେ ବିରୋଧୀ ହଙ୍ଗାମା କରିଥିଲେ । ଏହାସହ ବହୁ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଶାହା ବିଲକୁ ନେଇ ଏହା କୌଣସି ସଂପ୍ରଦାୟ ବା ସଂଖ୍ୟାଲଘୁ ବିରୋଧୀ ନୁହେଁ ବୋଲି କହିଥିଲେ । ସୂଚନା ଯୋଗ୍ୟ ଯେ ଏହି ବିଲରେ ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନର ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.