fbpx

Year Ender 2022: ଚଳିତ ବର୍ଷ ୧୧୫ ଏନକାଉଣ୍ଟର, ମରିଛନ୍ତି ୧୮୦ ଆତଙ୍କବାଦୀ, ୧୩୦ ଗିରଫ

ନୂଆଦିଲ୍ଲୀ: ଚଳିତ ବର୍ଷ ୩୬୫ ଦିନରେ ୧୧୫ଟି ଏନକାଉଣ୍ଟର ହୋଇଛି । ସେଥିରେ ୧୮୦ ଜଣ ଆତଙ୍କବାଦୀ ମରିଥିବା ବେଳେ ୩୨ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରିବା ଅଭିଯୋଗରେ ୧୩୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା । ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ଅଧାରୁ ଅଧିକ ଏନକାଉଣ୍ଟର ହୋଇଥିଲା ।

ଏନକାଉଣ୍ଟରରେ ମରିଥିବା ଆତଙ୍କବାଦୀଙ୍କ ମଧ୍ୟରେ ୫୦ ଜଣ ପାକିସ୍ତାନୀ ଥିବାବେଳେ ଭାରତୀୟଙ୍କ ସଂଖ୍ୟା ୧୩୦ ରହିଥିଲା । ତେବେ ମରିଥିବା ଅଣ-ସ୍ଥାନୀୟ ଆତଙ୍କବାଦୀଙ୍କ ମଧ୍ୟରେ କିଛି ଟପ୍ କମାଣ୍ଡର ରହିଥିଲେ । ସୁରକ୍ଷା ବଳଙ୍କ ଟାର୍ଗେଟ ହୋଇଥିବା ଅଧିକାଂଶ ଆତଙ୍କବାଦୀ ‘ଲସ୍କର-ଏ-ତୋଏବା’ ସଂଗଠନ ସହିତ ଜଡ଼ିତ ଥିଲେ ।

ଉତ୍ତର କଶ୍ମୀରର କୁପବାଡ଼ା ଜିଲ୍ଲାରେ ୯ଟି ଏନକାଉଣ୍ଟର ହୋଇଥିବା ବେଳେ ୧୬ ଆତଙ୍କବାଦୀ ମରିଥିଲେ । ବାରମୂଲା ଜିଲ୍ଲାରେ ୮ଟି ଏନକାଉଣ୍ଟର ହୋଇଥିବା ବେଳେ ୧୫ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ବାନ୍ଦୀପୋରା ଜିଲ୍ଲାରେ ୩ଟି ଏନକାଉଣ୍ଟର ହୋଇଥିବା ବେଳେ ୨ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ମଧ୍ୟ କଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ଗୋଟିଏ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମରିଥିଲା । ବଡଗାମ ଜିଲ୍ଲାରେ ୩ଟି ଏନକାଉଣ୍ଟର ହୋଇଥିବା ବେଳେ ୭ ଜଣ ଆତଙ୍କବାଦୀ ମରିଥିଲେ । ଶ୍ରୀନଗରରେ ୧୧ଟି ଏନକାଉଣ୍ଟରରେ ୧୯ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ୧୭ଟି ଏନକାଉଣ୍ଟରରେ ୩୭ ଆତଙ୍କବାଦୀ ମରିଥିଲେ । ଅନ୍ତନାଗ ଜିଲ୍ଲାରେ ୧୨ଟି ଏନକାଉଣ୍ଟରରେ ୧୯ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ । ଶୋପିୟାଁ ଜିଲ୍ଲାରେ ୨୬ଟି ଏନକାଉଣ୍ଟରେ ୨୭ ଆତଙ୍କବାଦୀ, କୁଲଗାମ ଜିଲ୍ଲାରେ ୧୮ଟି ଏନକାଉଣ୍ଟରେ ୨୩ ଆତଙ୍କବାଦୀ ମରିଥିଲେ । ଜମ୍ମୁ ଡିଭିଜନରେ ହୋଇଥିବା ୯ ଏନକାଉଣ୍ଟରରେ ୧୩ ଆତଙ୍କବାଦୀ ମାରିଥିଲେ । ଚଳିତ ବର୍ଷ ବିଭିନ୍ନ ସୁରକ୍ଷା ବଳର ୧୨୬ ଯବାନ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.