ବିଦେଶ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚର୍ଚ୍ଚା, ଜାଣନ୍ତୁ ଜିନପିଙ୍ଗ ଓ ବାଇଡେନଙ୍କ ଅବସ୍ଥା

ନୂଆଦିଲ୍ଲୀ: ବିଦେଶ ମିଡ଼ିଆରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚର୍ଚ୍ଚା ଚାଲିଛି । ଜାପାନର ଏକ ମିଡ଼ିଆ କମ୍ପାନୀ ଦାବି ଜଣାଇଛି ଯେ, ୨୦୨୩ବର୍ଷ ଭାରତର ନାମ ରଖିବ । ଏହାସହ ଭାରତ ଦୁନିଆର ତୃତୀୟ ଶକ୍ତି ରୂପେ ଉଦୟ ହେବ । ତେବେ ଏହି ରିପୋର୍ଟରେ ଚୀନ ଏବଂ ଅମେରିକା ବିଷୟରେ ମଧ୍ୟ କୁହାଯାଇଛି । ଜାପାନର ମିଡ଼ିଆ କମ୍ପାନୀ ନିକ୍କେଇ ଏସିଆର ପ୍ରଧାନ ସମ୍ପାଦକ ଶିଗେସାବ୍ୟୁରୋ ଓକୁମୁରା ନିଜର ଏକ ଲେଖାରେ କହିଛନ୍ତି, ୨୦୨୩ରେ ଭାରତ ଦୁନିଆର ୩ୟ ଶକ୍ତି ରୂପେ ଉଦୟ ହେବ ଏବଂ ଏଥିପାଇଁ ଭାରତକୁ ସମସ୍ତେ ମନେ ରଖିବେ ।

ସେ ଗୋଟେ ବର୍ଷ ପୂର୍ବରୁ ୨୦୨୨ ବର୍ଷ ପାଇଁ ମଧ୍ୟ ଲେଖିଥିଲେ, ସି ଜିନପିଙ୍ଗଙ୍କ ଶକ୍ତି ବୃଦ୍ଧି ଏବଂ ବାଇଡେନଙ୍କ ଦୁର୍ବଳ ନେତୃତ୍ୱର ଭବିଷ୍ୟବାଣି କରିଥିଲେ । ସବୁ ଠିକଠାକ୍ ଥିଲା ମାତ୍ର ଏହି ବାଣୀ ବାସ୍ତବତା ଠାରୁ ଅଳ୍ପ ଭିନ୍ନ ଥିଲା । ସେ ଆଗକୁ କହିଛନ୍ତି ଯେ, ଭାରତର ଶକ୍ତି ସ୍ୱତନ୍ତ୍ର କୂଟନୀତି ଅଟେ । ଅମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ୪ଜଣ ସଦସ୍ୟ ରହି ମଧ୍ୟ ଭାରତ ରୁଷ ସୈନ୍ୟ ଅଭ୍ୟାସରେ ଭାଗ ନେଉଛି ଏବଂ ମସ୍କୋର ଅସ୍ତ୍ରଶସ୍ତ୍ର ଏବଂ ତୈଳର ଆୟତ କରୁଛି । ବେଜିଂ ସହିତ ସୀମା ବିବାଦ ପରେ ମଧ୍ୟ ଭାରତ ବ୍ରିକ୍ସ ର ସାମ୍ନା କରୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ପ୍ରଥମ ଥରପାଇଁ ମାର୍ଚ୍ଚ ମାସରେ ତ୍ରୀପକ୍ଷ ଆୟୋଗର ପୂର୍ଣ୍ଣ ଅଧିବେସନ କରିବେ । ସେ କହିଛନ୍ତି ଯେ, ଏହି ବର୍ଷ ଭାରତ ଜି-୨୦ ଅଧ୍ୟକ୍ଷତା ମଧ୍ୟ କରୁଛି । ମୋଦୀ ସରକାର ୨୦୨୪ରେ ଭାରତରେ ନିଜର ଲୋକସଭା ନିର୍ବାଚନ ପୂର୍ବରୁ ନେତୃତ୍ୱର କ୍ଷମତା ଦେଖାଇବା ପାଇଁ ଉତ୍ସାହିତ ଅଛନ୍ତି । ଶେଷରେ ସେ ଲେଖିଛନ୍ତି ଯେ, ୨୦୨୩ ମସିହାରେ ୩ଟି ଦେଶ ଉନ୍ନତି କରିବେ । ସେଥିରେ ଆମେରିକା, ଚୀନ ଏବଂ ଭାରତ ସାମିଲ ହେବ ।