fbpx

Sammed Shikharjiକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପର୍ଯ୍ୟଟନ ସ୍ଥଳ ଉପରେ ଲାଗିଲା ରୋକ, ଗଠନ ହେବ କମିଟି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ସ୍ଥିତ ସମ୍ମେଦ ଶିଖରଜୀକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ ନିଷ୍ପତ୍ତି ବିରୋଧରେ ସାରା ଦେଶରେ ଜୈନ ସମାଜ ପକ୍ଷରୁ ବିରୋଧ କରାଯାଉଛି । ଏହା ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପର୍ଯ୍ୟଟନ ଓ ଇକୋ ଟ୍ୟୁରିଜିମ ଉପରେ ତତ୍କାଳ ଭାବେ ରୋକ ଲାଗୁ କରାଯାଇଛି । ଏ ନେଇ ଏକ କମିଟି ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ଝାଡ଼ଖଣ୍ଡ ସରକାର ଏ ବାବଦରେ ଖୁବଶୀଘ୍ର ଜରୁରୀ ପଦକ୍ଷେପ ଉଠାଇବାକୁ କୁହାଯାଇଛି ।

ଗତ କିଛି ସପ୍ତାହ ଧରି ଦେଶରେ ଜୈନ ସମ୍ପ୍ରଦାୟର ଲୋକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ମାତ୍ର ଏବେ କେନ୍ଦ୍ର ସରକାର ଏହି ପବିତ୍ର ସ୍ଥଳ ସମ୍ମେଦ ଶିଖରକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । ଏଥିସହିତ ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରିବାକୁ ଝାଡ଼ଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିରେ ଜୈନ ସମାଜର ୨ ଜଣ ଓ ସ୍ଥାନୀୟ ଜନଜାତି ସମ୍ପ୍ରଦାୟର ଜଣେ ସଦସ୍ୟ ସାମିଲ ରହିବେ ।

ସମ୍ମେଦ ଶିଖରକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ ନିଷ୍ପତ୍ତି ନେଇଥିଲେ ଝାଡ଼ଖଣ୍ଡ ସରକାର । ଏହି ନିଷ୍ପତ୍ତି ପରେ ଜୈନ ସମାଜ ଖୁବ୍ ନାରାଜ ହୋଇଥିଲେ । ତେବ୍ୱ ୨୦୧୯ର ଅଧିସୂଚନାର ଧାରା ୩ର ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜୈନ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହିତ ସାକ୍ଷାତ କରିବା ପରେ ଏହି ନିଷ୍ପତ୍ତି ଆସିଛି । ଏହି ପର୍ଯ୍ୟଟନ ସ୍ଥଳର ପବିତ୍ରତାକୁ ବଜାୟ ରଖିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ ବୋଲି ବୈଠକରେ କେନ୍ଦ୍ରମନ୍ତ୍ରୀ ଜୈନ ସମାଜକୁ ଭରସା ଦେଇଥିଲେ ।

Get real time updates directly on you device, subscribe now.