fbpx

କାଲିଠୁ ବାଲେଶ୍ୱରରେ ଗୁଡ଼ି ରେଡ୍, ସୂଚନା ଦେଲେ ଜିଲ୍ଲାପାଳ

ବାଲେଶ୍ୱର(ଓଡ଼ିଶା ଭାସ୍କର): କାଲିଠୁ ମାଞ୍ଜା ସୂତାରେ ଗୁଡ଼ିଉଡ଼ା ବାରଣ ହୋଇଛି । ଜିଲ୍ଲାର ଯେଉଁଠାରେ ବି ବିକ୍ରି ହେବ ସେଠାରେ ଚଢ଼ାଉ ହେବ । ପୋଲିସକୁ ଚଢ଼ାଉ କରିବାକୁ ମ୍ୟୁନିସିପାଲିଟି ଏନଫୋର୍ସମେଣ୍ଟ ଟିମ୍ ନିର୍ଦ୍ଦେଶ ଦେଇଛି । ଲିଗାଲ ଟିମ୍ ମଧ୍ୟ ଏହି ଚଢ଼ାଉରେ ସାମିଲ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହା ସହ ଗୁଡ଼ିଉଡା ପାଇଁ ଉପଜିଲ୍ଲାପାଳଙ୍କ ଅଫିସରୁ ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟତୀତ ପବ୍ଲିକ ପ୍ଲେସରେ ଗୁଡ଼ି ଉଡ଼ାଇବା ପାଇଁ ବାରଣ କରାଯାଇଛି ।

ତେବେ ନିକଟରେ କଟକ ପୁରିଘାଟ ଥାନା ଅଞ୍ଚଳରେ କମିଶନରେଟ ପୋଲିସର ମାଞ୍ଜା ସୂତା ଉପରେ ଚଢ଼ାଉ ହୋଇଥିଲା । ଏଭଳି ସୂତା ବିକ୍ରି ଓ ମାଞ୍ଜା ସୂତା ଲଗାଇ ଗୁଡି ଉଡାକୁ ବେଆଇନ କରିଛନ୍ତି ଓଡିଶା ହାଇକୋର୍ଟ। କଟକ ସହରରେ ଗୁଡ଼ି ଉଡ଼ା କାହା ପାଇଁ ଖେଳ ଥିବାବେଳେ କାହା ପାଇଁ କାଳ ସାବ୍ଯସ୍ତ ହୋଇଛି । ବିଗତ ବର୍ଷମାନଙ୍କରେ ଗୁଡ଼ିସୂତା ଯୋଗୁଁ ଏକାଧିକା ଦୁର୍ଘଟଣା ଘଟି ପ୍ରାଣହାନୀ ଘଟିଛି । ତେବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ କଟକରେ ଗୁଡ଼ି ଉଡା ଉପରେ କଟକଣା ଲଗାଇବା ନିମନ୍ତେ ଗତ ଜାନୁଆରୀ ୩ତାରିଖରେ ଏକ ଜନ ସ୍ବାର୍ଥ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା ।

Get real time updates directly on you device, subscribe now.