fbpx

ଭୁବନେଶ୍ୱରକୁ ଆସୁଥିବା ବିମାନର ହାଇଡ୍ରୋଲିକ୍ ଫେଲ୍, ଦିଲ୍ଲୀ ବିମାନ ବନ୍ଦରରେ ଏମର୍ଜେନ୍ସି ଘୋଷଣା

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବିମାନରେ ଦେଖା ଦେଇଛି ବଡ ଯାନ୍ତ୍ରିକ ତ୍ରୁଟି। ଏହା ପରେ ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସୂଚନାନୁସାରେ, ହାଇଡ୍ରୋଲିକ୍ ସିଷ୍ଟମ ବିଫଳତା ହେତୁ ବିମାନଟି ଉଡ଼ାଣ ପରେ ଫେରି ଆସିଥିଲା।

ଏହି ଘଟଣା ସନ୍ଧ୍ୟା ୭ଟା ୫୩ ମିନିଟ୍ ସମୟରେ ଘଟିଥିଲା । ଡିଜିସିଏ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଭିସ୍ତାରା ଏ-୩୨୦ ଗ୍ରୀନ୍ ହାଇଡୋଲିକ୍ ସିଷ୍ଟମ୍ ଫେଲ୍ ହେବା କାରଣରୁ ବିମାନଟି ଏୟାର ଟର୍ଣ୍ଣ ବ୍ୟାକ୍‌ରେ ଫସି ଯାଇଥିଲା । ପରେ ୮ଟା.୧୯ ମିନିଟ୍‌ରେ ବିମାନଟିକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇଥିଲା ।

ତେବେ ଖବର ଅନୁସାରେ ବିମାନ ଉଡ଼ାଣ ଆରମ୍ଭ ହେବା ମାତ୍ରେ ବିମାନର ପାଇଲଟ ଜାଣିବାକୁ ପାଇଲେ ଯେ ବିମାନର ହାଇଡ୍ରୋଲିକ୍ ସିଷ୍ଟମ ବିଫଳ ହୋଇଛି। ପାଇଲଟ ଏଟିସିଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ, ପରେ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଗାଡି ପଠାଯାଇ ସତର୍କ ସୂଚନା ଜାରି କରାଯାଇଥିଲା।

Get real time updates directly on you device, subscribe now.