fbpx

ଭାରତ ସରକାରଙ୍କ ବଡ଼ ନିଷ୍ପତି, ବଫର ଷ୍ଟକ୍ ବୃଦ୍ଧି କରିବା ପାଇଁ ୧୦ ଲକ୍ଷ ଟନ୍ ହରଡ଼ ଡାଲି ଆମଦାନୀ କରିବେ

ନୁଆଦିଲ୍ଲୀ: ପାଣିପାଗ ଏବଂ ‘ୱିଲ୍ଟ’ ରୋଗ ହେତୁ ଉତ୍ପାଦନରେ ସମ୍ଭାବ୍ୟ ଅଭାବକୁ ନଜରରେ ରଖି ଡାଲିର ଘରୋଇ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଚଳିତ ବର୍ଷ (ଡିସେମ୍ବର-ନଭେମ୍ବର) ମଧ୍ୟରେ ପ୍ରାୟ ଏକ ମିଲିୟନ୍ ଟନ୍ ହରଡ଼ ଡାଲ୍ ଆମଦାନୀ କରିବେ ଏବଂ ଏହାର ବଫର୍ ଷ୍ଟକ୍ ସୀମା ମଧ୍ୟ ବୃଦ୍ଧି କରିବେ। ସରକାରୀ ସୁତ୍ରରୁ ଗୁରୁବାର ଏହି ସୂଚନା ମିଳିଛି। ସେହିପରି ଖବର ମିଳିଛି ଯେ, ୨୦୨୪ ପର୍ଯ୍ୟନ୍ତ ଖୋଲା ଲାଇସେନ୍ସ ମାଧ୍ୟମରେ ଡାଲି ଆମଦାନୀ କରାଯିବ ବୋଲି ଜଣାପଡିଛି।

ଅଭାବୀ ଉତ୍ପାଦନକୁ ଦୃଷ୍ଟିରେ ରଖି ଆମଦାନୀ କରିବା ପାଇଁ ସରକାର ବିଭିନ୍ନ ଦେଶ ସହିତ ଯୋଗାଯୋଗ ମଧ୍ୟ କରୁଛନ୍ତି । ଏବଂ ଭଲ ଲ୍ୱାଲିଟିର ଡାଲି ଆମଦାନୀ କରିବା ପାଇଁ ସରକାର ମାନଦଣ୍ଡକୁ ମଧ୍ୟ ବୃଦ୍ଧି କରିଛନ୍ତି ।

ରିପୋର୍ଟ ଅନୁଯାୟୀ, କ୍ୟାବିନେଟ ସଚିବଙ୍କ ଦ୍ୱାରା ଡକାଯାଇଥିବା ଜରୁରୀ ଦ୍ରବ୍ୟର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କୃଷି ମନ୍ତ୍ରଣାଳୟର ଆକଳନ ଅନୁଯାୟୀ, ୨୦୨୨-୨୩ ଫସଲ ବର୍ଷରେ (ଜୁଲାଇ-ଜୁନ୍‌) ପୂର୍ବ ବର୍ଷ ତୁଳନାରେ ୪.୩୪ ନିୟୁତ ଟନରୁ ଉତ୍ପାଦନ ୩.୮୯ ନିୟୁତ ଟନକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ସୂତ୍ରରୁ ପ୍ରକାଶ ଯେ, ପାଣିପାଗ ପରିସ୍ଥିତି ଏବଂ କର୍ଣ୍ଣାଟକର ଗୁଲବର୍ଗା ଅଞ୍ଚଳରେ ୱିଲ୍ଟ ନାମକ ଏକ ରୋଗ ଯୋଗୁଁ, ହରଡ଼ ଡାଲିର ଉତ୍ପାଦନରେ ହ୍ରାସ ହୋଇପାରେ, ତେଣୁ ସରକାର ଏହାକୁ ଆମଦାନି କରିବାକୁ ଯୋଜନା କରିଛନ୍ତି । ଭାରତ ହରଡ ଡାଲି ମୁଖ୍ୟତ ପୂର୍ବ ଆଫ୍ରିକୀୟ ଦେଶ ଏବଂ ମିଆଁମାରରୁ ଆମଦାନୀ ହୋଇଥାଏ।

Get real time updates directly on you device, subscribe now.