fbpx

ଏହି ମାମାଲାକୁ ନେଇ ଅଡୁଆରେ ଡ୍ରାମା କୁଇନ୍ ରାକ୍ଷୀ ସାୱାନ୍ତ; ମୁମ୍ବାଇ ପୋଲିସ କରୁଛି ଛାନ୍ଭିନ୍

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ନିଜର ବ୍ୟକ୍ତିଗତ ଏବଂ ପେଶାଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଆଦିଲ ଖାନଙ୍କୁ ବିବାହ କରି ଲୋକଲୋଚନକୁ ଆସିଥିବା ବେଳେ ବର୍ତ୍ତମାନ ମୁମ୍ବାଇର ଆମ୍ବୋଲି ପୋଲିସ ରାକ୍ଷୀଙ୍କୁ ହେପାଜତକୁ ନେଇଛି । ଏଥିସହିତ ଥାନାରେ ପଚରା ଉଚରା ଚଳାଇଛି । ତେବେ ଶାର୍ଲିନଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ମାମାଲାରେ ରାକ୍ଷୀଙ୍କୁ ପୋଲିସ ପଚରା ଉଚରା କରିଛି । ଫଳରେ ରାକ୍ଷୀଙ୍କ ଅଡୁଆ ବଢିବାର ଲାଗିଛି ।

ତେବେ ମିଳିଥିବାସୂଚନା ଅନୁଯାୟୀ,ନିକଟରେ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ଶାର୍ଲିନ୍ ଚୋପ୍ରାଙ୍କ କିଛି ଆପତ୍ତିଜନକ ଫଟୋ ଓବଂ ଭିଡିଓ ସୋସିଆଲ ମିଡିାରେ ସେୟାର କରିଥିଲେ । ଫଳରେ ଶର୍ଲିନ୍ ମୁମ୍ବାଇର ଆମ୍ବୋଲି ଥାନାରେ ରାକ୍ଷୀଙ୍କ ନାଁରେ ଏତଲା ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ଆମ୍ବୋଲି ପୋଲିସ୍ କହିଛି ଯେ, ଅଭିନେତ୍ରୀ ଶର୍ଲିନ୍ ଚୋପ୍ରାଙ୍କ ଅଭିଯୋଗ ପରେ ରାକ୍ଷୀ ସାୱନ୍ତଙ୍କୁ ପଚରାଉଚରା ପାଇଁ ନିରନ୍ତର ଡକାଯାଉଥିଲା, କିନ୍ତୁ ସେ ଆସୁ ନଥିଲେ। ଏହା ପରେ ଆଜି ଏକ ପୋଲିସ ଟିମ୍ ତାଙ୍କ ଘରକୁ ଯାଇ ତାଙ୍କୁ ଆମ୍ବୋଲି ପୋଲିସ ଷ୍ଟେସନକୁ ଆଣିଥିଲେ। ବର୍ତ୍ତମାନ ରାକ୍ଷୀ ସାୱନ୍ତଙ୍କୁ ପୋଲିସ ଷ୍ଟେସନରେ ପଚରାଉଚରା କରାଯାଉଛି।

ତେବେ ଏହି ଘଟଣା ସମ୍ପର୍କରେ ନିଜେ ଅଭିନେତ୍ରୀ ଶର୍ଲିନ୍ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ବ୍ରେକିଙ୍ଗ୍ ନ୍ୟୁଜ୍ ! ଆମ୍ବୋଲି ପୋଲିସ ଧାରା ୮୮୩/ ୨୦୨୨ରେ ରାକ୍ଷୀଙ୍କୁ ଗିରଫ କରିଛି । ଏଥିସହିତ ପଚରା ଉଚରା ଜାରି ରଖିଛି । ତେବେ ଶର୍ଲିନ୍ ଚୋପ୍ରା ରାଖୀ ସାୱନ୍ତଙ୍କ ବିରୋଧରେ ପୋଲିସ ଅଭିଯୋଗ କରିଛନ୍ତି, ଯାହା ଆଧାରରେ ଆମ୍ବୋଲି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷେ ଗତକାଲି ଅର୍ଥାତ୍ ବୁଧବାର ଦିନ ମୁମ୍ବାଇର ସେସନ୍ସ କୋର୍ଟ ଦ୍ୱାରା ରାକ୍ଷୀ ସାୱନ୍ତଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରିଥିଲେ । ଫଳରେ ରାକ୍ଷୀଙ୍କ ଅଡୁଆ ଥମିବାର ନାଁ ନେଉନାହିଁ ।

Get real time updates directly on you device, subscribe now.