fbpx

ନୂତନବର୍ଷ ପାଳନ ସମୟରେ ଭୟଙ୍କର ଗୁଳିକାଣ୍ଡ; ୧୦ ମୃତ ୧୬ ଆହତ

ନୂଆଦିଲ୍ଲୀ: ଆମେରିକାର କାଲିଫର୍ନିଆର ମୋଣ୍ଟେରୀ ପାର୍କରେ ନବବର୍ଷ ଉତ୍ସବରେ ଏକ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଫଳରେ ଘଟଣାସ୍ଥଳରେ ୧୦ ଜମଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ନିକସ୍ଛ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଥିବା ଜଣାପଡିଛି ।

ତେବେ ମିଳିଥିବା ଖବର ଅନୁଯାୟୀ, ଆମେରିକାର କାଲିଫର୍ନିଆଠାରେ ଥିବା ଲସ୍ ଆଞ୍ଜେଲସ୍ ନିକଟ ମୋଣ୍ଟେରୀ ପାର୍କରେ ନୂତନବର୍ଷର ଉତ୍ସବ ପାଳନ ହେଉଥିଲା । ଯେଉଁଠାରେ ହଜାର ହଜାର ଲୋକେ ଏକତ୍ରିତ ହୋଇଥିଲେ । କିନ୍ତୁଠିକ୍ ଏହି ସମୟରେ କେହି ଦୁର୍ବୁତ୍ତ ସେଠାରେ ଆଖିବୁଜା ଗୁଳି ଚାଳନା କରିଥିଲେ । ଯାହାଫଳରେ ଘଟଣା ସ୍ଥଳରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଯାହାକି ସାରା ସହରରେ ଭୟର ବାତାବରଣ ସୃଷ୍ଟି କରିବା ସହ ସଭିଙ୍କ ମନରେ ଆତଙ୍କ ଖେଳାଇ ଦେଇଛି ।
ପୋଲିସ ସୂତ୍ର ଗଣମାଧ୍ୟମକୁ କହିଛି ଯେ ଯେଉଁ ସମୟରେ ଏହି ଗୁଳିବିନିମୟ ହୋଇଥିଲା ସେହି ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସେଛାରେ ଖିବା ଲୋକଙ୍କୁ ଉଦ୍ଧାର କରିଥାଲା । ତେବେ ଏପର୍ୟ୍ୟନ୍ତ ଏହି ଗୁଳିକାଣ୍ଡରେ ପ୍ରକୃତରେ କେତେ ଜଣ ôଗୁରୁତର ଆହତ ହୋଇଛନ୍ତି ତାର ସମ୍ପୂର୍ଣ୍ଣ ସୂଚନା ମିଳିପାରି ନାହିଁ । କୁହାଯାଉଛି ଯେ ରାତି ୧୦ ଟା ପରେ ଏହି ଗୁଳି ବିନିମୟ ହୋଇଥିଲା। ସେହି ସମୟରେ, ନବବର୍ଷ ଉତ୍ସବ ପାଇଁ ବହୁ ସଂଖ୍ୟାରେ ଲୋକ ସେହି ପାର୍କରେ ଏକତ୍ରିତ ହୋଇଥିଲେ ।

ଆମେରିକାରେ ହୋଇଥିବା ଏହି ଗୁଳିକାଣ୍ଡ ସମ୍ପର୍କରେ ସେହି ଅଞ୍ଚଳର ଜଣେ ବାସିନ୍ଦା କହିଛନ୍ତି ଯେ ଉତ୍ସବ ଶେଷ ହେବା ପରେ ଗୁଳି ବିନିମୟ ଘଟିଥଲା। ଯାହାର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ପୋଲିସ ଏବଂ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତିି କରିଥିଲେ । ଏତତ୍ ବ୍ୟତୀତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଆମେରିକାରର କାଲିଫର୍ନିଆ ଠାରେ ଥିବା ମୋଣ୍ଟେରୀ ପାର୍କରେ ଏହି ଗୁଳିବିନିମୟ ଏପ ର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନଥିବା ବେଳେ ଏପରି ଭୟଙ୍କର ଘଟଣା କିଏ ଏବଂ କାହିଁକି କରିଛି ତାହା ବର୍ତ୍ତମାନଯାଁଏ ଜଣାପଡି ନାହିଁ ।

Get real time updates directly on you device, subscribe now.