fbpx

ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ନେଉଥିବା ହେଲିକପ୍ଟରକୁ ଜରୁରୀକାଳିନ ଅବତରଣ କରାଗଲା

ଇରୋଡ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ନେଇକି ଯାଉଥିବା ହେଲିକପ୍ଟର, ତାମିଲନାଡ଼ୁରେ ଜରୁରୀକାଳିନ ଅବତରଣ କରାଯାଇଛି । କୁହାଯାଉଛି ଯେ, ଖରାପ ବାୟୁପ୍ରବାହ ପାଇଁ ହେଲିକପ୍ଟରକୁ ଏର୍ମଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା । ହେଲିକପ୍ଟରରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସମେତ ୪ଜଣ ଲୋକ ଯାତ୍ରା କରୁଥିଲେ ।

ସୂଚାନ ଅନୁଯାୟୀ, ଆଜି ଶ୍ରୀ ଶ୍ରୀ ରବିଶଙ୍କର ତିରୁପୁରରୁ ବାଙ୍ଗାଲୁକୁ ଏକ ଘରୋଇ ହେଲିକପ୍ଟରେ ଯାତ୍ରା କରୁଥିଲେ । ହଠାତ ପାଗରେ କୁହୁଡ଼ି ଥିବାରୁ ସେହି ଚପରକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ସକାଳ ୧୦.୪୦ ମିନିଟରେ ସେହି ହେଲିକପ୍ଟରକୁ ଇରୋଡ଼ର ସତ୍ୟମଙ୍ଗଳରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା । ଏହାର କିଛି ସମୟ ପରେ ହେଲିକପ୍ଟର ପାଖାପାଖି ୫୦ ମିନିଟ ପରେ ପୁଣି ଯାତ୍ରା କରିଥିଲା ।

Get real time updates directly on you device, subscribe now.