fbpx

ଦୁଇ ସାଙ୍ଗଙ୍କ ଠାରୁ ୬ଲକ୍ଷ ଝାମ୍ପିନେଲେ ଦୁର୍ବୁତ୍ତ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଠାରେ ଏକ ଲୁଟପାଟ ଘଟଣା ସାମ୍ନାକୁ ଆସିଛି । ଦୁଇ ଲୁଟେରା ୬ଲକ୍ଷ ଟଙ୍କା ଝାମ୍ପି ଚମ୍ପଟ ମାରିଛନ୍ତି । ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଲୁଟ ହୋଇଥିବା କଥା ଜଣାପଡିଛି ।

ସୂଚନା ଅନୁଯାୟୀ, ବ୍ୟାଙ୍କରୁ ଟଙ୍କା ଉଠାଇ ୨ ସାଙ୍ଗ ଘରକୁ ଫେରୁଥିଲେ । ରାମପୁର ସ୍ଥିତ ଘର ପାଖାପାଖି ହୋଇଥିବା ବେଳେ ଦୁଇ ଦୁର୍ବୁତ୍ତ ଗାଡ଼ି ଚାଲୁଥିବା ଅବସ୍ଥାରେ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଚମ୍ପଟ୍ ମାରିଛନ୍ତି । ଜଣା ପଡ଼ିଛି ଯେ, ଗୋଟିଏ ବ୍ୟାଗରେ ଦୁଇ ସାଙ୍ଗଙ୍କର ୩ଲକ୍ଷ ଲେଖାଁଏ ଟଙ୍କା ଥିଲା ।

ଘଟଣାସ୍ଥଳରେ, ଦୁଇ ସାଙ୍ଗ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ରାସ୍ତାର ସିସିଟିଭି ଫୋଟେଜକୁ ଚେକ୍ କରିବାର ଉଦ୍ୟମ ଚଳାଇବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି । ଏହା ବ୍ୟତୀତ ପୋଲିସ ତଦନ୍ତ ଚାଲୁରହିଛି ।

Get real time updates directly on you device, subscribe now.