fbpx

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବନ୍ଦ କରିବାକୁ ଆବେଦନ

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ଆସନ୍ତା ୨୬ ତାରଖ ଅକ୍ଷିତୃତୀୟାରୁ ଆରମ୍ଭ ହେବ ପୁରୀରେ ରଥଯାତ୍ରାର ପ୍ରସ୍ତୁତି ପର୍ବ । ୫ ଜୁନ ଏହାର ଆଦ୍ୟ ପର୍ବ ସ୍ନାନ ପୂଣ୍ଣିମାରୁ ଆରମ୍ଭ ହୋଇ ୪ ଜୁଲାଇ ନିଳାଦ୍ରୀ ବିଜେରେ ଶେଷ ହେବ । ଏହି ଉତ୍ସବ କେବଳ ପୂରୀରେ ନୂହେଁ ବରଂ ରାଜ୍ୟ ସାରା ଆଯୋଜିତ ହେବ । କିନ୍ତୁ ଚଳିତ ଥର ରଥଯାତ୍ରା ପାଇଁ ଅନୁମତି ନଦେବାକୁ ହାଇକୋର୍ଟ ମୁଖ୍ୟବିଚାରପତିଙ୍କୁ ଚିଠି ଲେଖି ଆବେଦନ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାସ । ରଥଯାତ୍ରାରେ ୧୫ ଲକ୍ଷରୁ ଉଦ୍ଧ୍ୱ ଲୋକ ସମାଗମ ହେଉଥିବାରୁ ସେତେବେଳ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହେବ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ସାରା ବିଶ୍ୱ କରୋନା ପାଇଁ ଲକ ଡାଉନ ଥିବା ବେଳେ ଏଥିପାଇଁ ଅନୁମତି ନଦେବାକୁ କହିଛନ୍ତି । ତାଛଡା ଅତୀତରେ ବିଦେଶୀ ରାଜା ମାନଙ୍କ ଶ୍ରୀମନ୍ଦିର ଆକ୍ରମଣ ସମୟରେ ରଥଯାତ୍ରା ସ୍ଥଗିତ ଥିବାର ଉଦାହରଣ ମଧ୍ୟ ଦେଇଛନ୍ତି ।ଏଥିପାଇଁ ଚଳିତଥରର ରଥଯାତ୍ରା ସ୍ଥଗିତ ରଖିବାକୁ ଓଡିଶା ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.