fbpx

ତୁର୍କୀରେ ୪ର୍ଥ ଭୁମିକମ୍ପ, ୪୩୦୦ ରୁ ଅଧିକ ମୃତ୍ୟୁ

ନୂଆଦିଲ୍ଲୀ: ଗତକାଲି ତୁର୍କୀରେ ୩ଥର ଭୁକମ୍ପ ହୋଇଥିବା ବେଳେ ଆଜି ଅନ୍ୟଏକ ବାର ସେଠାରେ ଭୂକମ୍ପ ଅନୁଭୁତ ହୋଇଛି । ଗତ ୪୮ ଘଣ୍ଟା ଭିତରେ ଏହା ହେଉଛି ୪ର୍ଥ ଭୂକମ୍ପ । ଏହି ୪ର୍ଥ ଭୂକମ୍ପ ରିଏକ୍ଟର ସ୍କେଲରେ ୫.୬ ତୀବ୍ରତା ରହିଛି । ଏପର୍ଯ୍ୟନ୍ତ ସେଠାରେ ୪,୩୦୦ ମୃତ୍ୟୁ ସଂଖ୍ୟା ଚିହ୍ନଟ ହୋଇଛି । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ ନିଜର ମତ ପ୍ରକାଶ କରି କହିଛି ଯେ, ଭୂକମ୍ପରେ ୨୦,୦୦୦ ରୁ ଆଧିକ ମୃତ୍ୟୁ ମାମଲା ଆସିବ ।

ଗତକାଲି ଭୁମିକମ୍ପରେ ୨୮୧୮ ବିଲ୍ଡିଂ ଭୁଷୁଡ଼ି ପଡିଥିଲା। ବର୍ତ୍ତମାନ ମଧ୍ୟ ହଜାର ହଜାର ଲୋକେ ଏହି ଧ୍ୱଂସାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଜୋରଦାର ଚାଲିଛି। ଖବର ସରବରାହ ସଂସ୍ଥା ଆସୋସିଏଟ ପ୍ରେସ୍ ଅନୁଯାୟୀ ସୋମବାର ପ୍ରଥମ ଭୁମିକମ୍ପ ଆସିବାର ୧୨ ଗଣ୍ଟା ପରେ ସନ୍ଧ୍ୟା ସମୟରେ ଭୁମିକମ୍ପର ଆଉ ଏକ ଝଟକା ଅନୁଭୁତ ହୋଇଥିଲା। ଏହାର ଘଣ୍ଟାକ ପରେ ତୃତୀୟ ଭୁମିକମ୍ପ ଆସିଥିଲା।

ବିଭିନ୍ନ ସହରରେ ଉଦ୍ଧାର କର୍ମଚାରୀ ଏବଂ ବାସିନ୍ଦା ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକାରୁ ବଞ୍ଚିଥିବା ଲୋକଙ୍କୁ ବାହାର କରିବାରେ ବ୍ୟସ୍ତ ଅଛନ୍ତି। ଭୂକମ୍ପରେ ନଷ୍ଟ ହୋଇଥିବା ତୁର୍କୀ ଡାକ୍ତରଖାନା ଏବଂ ସିରିଆର ଅନେକ ଡାକ୍ତରଖାନାରୁ ନବଜାତ ଶିଶୁଙ୍କ ସମେତ ରୋଗୀଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଉଛି। ଏହି ଦୁର୍ଘଟଣା ସମ୍ପର୍କରେ ତୁର୍କୀ ରାଷ୍ଟ୍ରପତି ରେସିପ ତାଇଇନ୍ ଏରଡୋଗାନ୍ କହିଛନ୍ତି ଯେ, ଭୂକମ୍ପ ଅଞ୍ଚଳରେ ଅନେକ ଅଟ୍ଟାଳିକାର ଭଗ୍ନାବଶେଷକୁ ହଟାଇବା କାମ ଜାରି ରହିଛି। ମୃତ ଓ ଆହତଙ୍କ ସଂଖ୍ୟା କେତେ ବଢିବ ତାହା ବର୍ତ୍ତମାନ ଆକଳନ କରାଯାଇନାହିଁ ।

Get real time updates directly on you device, subscribe now.