fbpx

ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ଫାଲଗୁନ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀଜୀଉମାନଙ୍କ ଶ୍ରୀମୁଖ ଶୃଙ୍ଗାର ଅର୍ଥାତ୍‌ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ଏହି ଗୁପ୍ତ ନୀତି ପାଇଁ ସଂନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପରମ୍ପରା ଅନୁଯାୟୀ, ଶ୍ରୀଜୀଉଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ପହୁଡ଼ ଆଳତି କରାଯିବ । ଏହାପରେ ଭିତରୁ ଜୟ ବିଜୟ ଦ୍ୱାର ବନ୍ଦ କରାଯିବ ।

ଗର୍ଭଗୃହ ମଧ୍ୟରେ ଦତ୍ତ ମହାପାତ୍ର ସେବାୟତମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମାପନ କରିବେ । ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର କରାଯାଇଥାଏ । ବନକ ଲାଗି ନୀତି ସମାପନ ପରେ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ଏହାପରେ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ।

Get real time updates directly on you device, subscribe now.