fbpx

ଗୋଟିଏ ଭୁଲ୍ ଉତ୍ତର ଗୁଗୁଲକୁ ପଡ଼ିଲା ଭାରି, ସ୍ୱାହା ହୋଇଗଲା ୧୦୦ ବିଲିୟନ ଡଲାର

ନୁଆଦିଲ୍ଲୀ: ଆର୍ଟିଫିସିଆଲ ଇନ୍ଟେଲିଜେନ୍ସୀ(ଏଆଇ) ବଜାର କବଜା ପାଇଁ ଏବେ ଦୌଡ଼ ଆରମ୍ଭ ହୋଇ ଯାଇଛି। AI ChatGPT ଏହି ବଜାରରେ ଗଗୁଲ୍‌,ମାଇକ୍ରୋସପ୍ଟ ଭଳି କମ୍ପାନୀକୁ ପଛରେ ପକାଇ ଆଗେଇ ଚାଲିଛି। ବର୍ତ୍ତମାନ ଏହା ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ଗୁଗୁଲ୍ ମଧ୍ୟ AI Chatbot ‘Bard’ ଲଞ୍ଚ କରିଥିଲା। ତେବେ ଏହା ଗୁଗୁଲ୍‌କୁ ମହଙ୍ଗା ପଡିଛି। ଯେଉଁଥିପାଇଁ ଗଗୁଲ୍‌କୁ ୧୦୦ ବିଲିୟନ ଡଲାର କ୍ଷତି ସହିବାକୁ ପଡ଼ିଛି ।

AI Chatbot ‘Bard’ ଏକ ବିଜ୍ଞାପନରେ ଭୁଲ୍ ଉତ୍ତର ଦେବା କାରଣରୁ ଗୁଗୁଲ୍‌ର ମୂଳ କମ୍ପାନୀ ସେୟାର ବଜାର ମୂଲ୍ୟରେ ୧୦୦ ବିଲିୟନ ଡଲାର ହ୍ରାସ ପାଇଛି । କମ୍ପାନୀକୁ ଚିନ୍ତା ରହିଛି କି ପ୍ରତିପକ୍ଷ କମ୍ପାନୀ ମାଇକ୍ରୋସଫ୍ଟ ନୂତନ ଏଆଇ ଏବଂ ସର୍ଚ୍ଚ ଇଞ୍ଜିନ୍ ବଜାରରେ ନିଜର ବିସ୍ତାର କରିପାରେ । ରଏଟର୍ସ ପ୍ରଥମେ ଗୁଗୁଲ୍‌ର ଏହି ବିଜ୍ଞାପନରେ ଭୁଲ୍ କୁ ନଜର କରିଥିଲା । ଯାହା ପରେ ବୁଧବାର ଗୁଗୁଲ୍‌ର ସେୟାର ୮% ହ୍ରାସ ପାଇ ୮.୫୯ ପ୍ରତି ଡଲାର ୯୯.୦୫ ହୋଇଯାଇଛି ।

ଗୁଗୁଲ୍ ଏଆଇଚାଟବୋଟ ବାର୍ଡ ଲଞ୍ଚ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଯେଉଁଥିରେ କମ୍ପାନୀ ଏହାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଟବଟ୍ ‘ବାର୍ଡ’ର ପ୍ରମୋଶନ କରିଥିଲା । ଏହି କାର୍ଯ୍ୟକ୍ରମରେ ଗୁଗୁଲ୍ ମ୍ୟାପ୍‌, ଏବଂ ଗୁଗୁଲ୍ ଲେନ୍ସ ସହିତ ଅନ୍ୟ ଗୁଗୁଲ୍ ପ୍ରୋଜେକ୍ଟରେ ଏଆଇ ସୁଧାର ବିଷୟରେ କୁହାଯାଇଥିଲା । ଯାହା ଲୋକଙ୍କର ଫୋନ୍ କ୍ୟାମେରାରୁ ଫଟୋ ଖୋଜିଥାଏ । ସମାନ ଭାବେ ଏହାର ଗୋଟିଏ ଦିନ ପୁର୍ବରୁ ମାଇକ୍ରୋସଫ୍ଟ ଏହାର ସର୍ଚ୍ଚ ଇଞ୍ଜିନ୍ ବିଙ୍ଗନ୍ତ୍ରେ ଏଆଇ ଟେକ୍ନୋଲୋଜି ପ୍ରଦର୍ଶନ କରିବା ପାଇଁ ଏକ କାର୍ଯ୍ୟକ୍ରମ କରିଥିଲା ।

ଏହି ବିଜ୍ଞାପନରେ ବାର୍ଡ କୁ ଜଣେ ବ୍ୟକ୍ତି ପ୍ରଶ୍ନ କରିଥିଲେ କି, ଜେମ୍ସ ବବ୍ ସ୍ପେସ୍ ଟେଲିସ୍କ ନୂତନ ରିସର୍ଚ୍ଚ ବିଷୟରେ ସେ ତାଙ୍କର ୯ ବର୍ଷର ପୁଅକୁ କହିପାରିବେ କି ନାହିଁ ପଚାରିଥିଲେ । ବାର୍ଡ ତୁରନ୍ତ ଏହାର ଉତ୍ତର ଦେଇଥିଲା । କିନ୍ତୁ ଏହାର ଶେଷ ଉତ୍ତର ଭୁଲ୍ ଥିଲା । ବାର୍ଡ କହିଥିଲା ଯେ, ଟେଲିସ୍କୋପ ସୌର ମଣ୍ଡଳୀ ବାହାରେ ଥିବା ଗ୍ରହର ପ୍ରଥମ ଚିତ୍ର ଉଠାଇଛି। ଯେତେବେଳେ ନାସା ରେକର୍ଡ ଅନୁଯାୟୀ, ସଠିକ୍ ଉତ୍ତର ହେଉଛି ଏହି ଏକ୍ସପ୍ଲାନେଟଗୁଡିକର ପ୍ରଥମ ଫଟୋ ୟୁରୋପୀୟ ସାଉଥ୍ ଅବଜରଭେଟୋରୀର ବହୁତ ବଡ ଟେଲିସ୍କୋପ୍ ଦ୍ୱାରା ନିଆଯାଇଛି।

Get real time updates directly on you device, subscribe now.