fbpx

Digital Vision Syndrome କରିଦେବ ଆପଣଙ୍କୁ ଅନ୍ଧ! ମୋବାଇଲ, କମ୍ପ୍ୟୁଟର ସ୍କ୍ରିନ ପାଇଁ ଚାଲିଯାଉଛି ଦୃଷ୍ଟିଶକ୍ତି, ଜାଣନ୍ତୁ ଡାକ୍ତରଙ୍କ ବିଶେଷ ରିପୋର୍ଟ

ନୂଆଦିଲ୍ଲୀ: ଆଜି ସ୍ମାର୍ଟଫୋନର ବ୍ୟବହାର ଏତେମାତ୍ରାରେ ବଢ଼ିଯାଇଛି ଯେ, ଏଥିରୁ ମୁକୁଳିବା ଛୋଟପିଲାଠାରୁ ଆରମ୍ଭ କରି ବୃଦ୍ଧଙ୍କ ପାଇଁ ବହୁତ କଷ୍ଟକର ହୋଇପଡ଼ିଛି । ତେବେ ସ୍ମାର୍ଟଫୋନ ମଣିଷର ବିନାଶର କାରଣ ସାଜିପାରେ, ଏନେଇ କିଛି ସଙ୍କେତ ମିଳିସାରିଲାଣି । ନିକଟରେ ହାଇଦ୍ରାବାଦର ଜଣେ ମହିଳା ସ୍ମାର୍ଟଫୋନ କାରଣରୁ ଦୃଷ୍ଟିଶକ୍ତି ହରାଇଛନ୍ତି ।

ଡିଜିଟାଲ ଉପକରଣର ସ୍କ୍ରିନକୁ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ୱାରା ମଣିଷକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ତେଣୁ କିଛି ସମୟ ବ୍ୟବଧାନରେ ଡିଜିଟାଲ ସ୍କ୍ରିନରୁ ବ୍ରେକ ନେବାର ଆବଶ୍ୟକତା ରହିଛି । ତେବେ ଡିଜିଟାଲ ଭିଜନ ସିଣ୍ଡ୍ରୋମ ମଣିଷକୁ ଅନ୍ଧ କରିଦେଇପାର ବୋଲି ହାଇଦ୍ରାବାଦର ଜଣେ ଡା. ସୁଧୀର କୁମାର ନିକଟରେ ଟ୍ୱିଟରରେ ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ ଶେୟାର କରିଛନ୍ତି ।

ଡାକ୍ତର କହିଛନ୍ତି, ଅନ୍ଧାରରେ ସ୍ମାର୍ଟଫୋନ ଚଳାଇବା କାରଣରୁ ଜଣେ ୩୦ ବର୍ଷୀୟ ମହିଳାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଛି । ଉକ୍ତ ମହିଳାଙ୍କ ନାମ ମଞ୍ଜୁ ଓ ତାଙ୍କ ଠାରେ ଏକାଗ୍ରତାର ଅଭାବ କ୍ରମାଗତ ଭାବେ ଦେଖାଯାଉଥିଲା । ଏପରିକି ଅନେକ ସମୟରେ ମହିଳା ଜଣଙ୍କ କିଛି ବି ଦେଖିପାରୁନଥିଲେ । ବିଶେଷ କରି ରାତିରେ ସେ କିଛି ସେକେଣ୍ଡ ପାଇଁ କିଛି ଦେଖିପାରୁନଥିଲେ । ଏହାପରେ ସେ ଜଣେ ଆଖି ବିଶେଷଜ୍ଞଙ୍କ ନିକଟକୁ ଯାଇଥିଲେ, ମାତ୍ର ତାଙ୍କର ଆଖିର ସବୁକିଛି ଠିକଠାକ୍ ଥିଲା । ଏହାପରେ ନ୍ୟୁରୋଲୋଜିକାଲ କାରଣ ବିଷୟରେ ଜାଣିବା ପାଇଁ ତାଙ୍କୁ ରେଫର କରାଯାଇଥିଲା ।

ତେବେ ପରେ ଜଣାପଡ଼ିଥିଲା ଯେ, ମହିଳା ଜଣଙ୍କ ଜଣେ ବ୍ୟୁଟିସିଆନ ଭାବେ ଚାକିରି କରୁଥିଲେ । ପରେ ସେ ଚାକିରି ଛାଡ଼ିବା ପରେ ଗତ ଦେଢ଼ବର୍ଷ ଧରି ଦୈନିକ ଘଣ୍ଟା ଘଣ୍ଟା ସ୍ମାର୍ଟଫୋନରେ ସମୟ ବିତାଉଥିଲେ । ବିଶେଷ କରି ରାତି ସମୟରେ ଲାଇଟ୍ ବନ୍ଦ କରି କ୍ରମାଗତ ଭାବେ ସ୍ମାର୍ଟଫୋନ ସହ ବ୍ୟସ୍ତ ରହୁଥିଲେ । ତେବେ ମହିଳା ଜଣଙ୍କ ସ୍ମାର୍ଟଫୋନ ବିଜନ ସିଣ୍ଡ୍ରୋମ (ଏସଭିଏସ) ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । କମ୍ପ୍ୟୁଟର, ସ୍ମାର୍ଟଫୋନ ଓ ଅନ୍ୟ ଡିଜିଟାଲ ଉପକରଣକୁ ଦୀର୍ଘ ସମୟ ଧରି ଚଳାଇବା ଦ୍ୱାରା ଏହି ସିଣ୍ଡ୍ରୋମ ହେବାର ସମ୍ଭାବନା ରହିଥାଏ । ଏହାର ପ୍ରଭାବରେ ଆଖିର ଦୃଷ୍ଟିଶକ୍ତି ପ୍ରତି ବିପଦ ରହିଥାଏ । ଏଥିସହିତ ମୁଣ୍ଡବ୍ୟଥା, ଗର୍ଦନ ଓ କାନ୍ଧ ଯନ୍ତ୍ରଣା ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ଡା. ସୁଧୀରଙ୍କ ମତରେ, ସ୍ମାର୍ଟଫୋନ ଭିଜନ ସିଣ୍ଡ୍ରୋମର କୌଣସି ଔଷଧ ନାହିଁ । କେବଳ ମୋବାଇଲଠାରୁ କିଛି ସମୟ ପାଇଁ ବ୍ରେକ ନେଇ ଆପଣ ଏଥିରୁ ମୁକ୍ତି ପାଇପାରିବେ । ଏଣୁ ଯଥାସମ୍ଭବ ଆପଣମାନେ ସ୍ମାର୍ଟଫୋନକୁ କମ୍ ଉପଯୋଗ କରନ୍ତୁ । ପୀଡ଼ିତା ମଞ୍ଜୁ ମଧ୍ୟ ଡାକ୍ତରଙ୍କ ପରାମର୍ଶ ମାନିଥିଲେ । ଜରୁରୀ ନପଡ଼ିଲେ ସେ ମୋବାଇଲ ବ୍ୟବହାର କରିନଥିଲେ । ତେବେ ଏହା ପରେ ଏକମାସ ମଧ୍ୟରେ ତାଙ୍କର ଦୃଷ୍ଟିଶକ୍ତି ପୁନର୍ବାର ଠିକ୍ ହେବାରେ ଲାଗିଥିଲା । ଏଥିପାଇଁ ଆପଣ ସ୍କ୍ରିନରେ କାମ କରୁଥିବା ସମୟରେ ୨୦ ଫୁଟ ଦୂରରେ ରହି, ୨୦ ମିନିଟରେ ୨୦ ସେକେଣ୍ଡର ବ୍ରେକ୍ ନେବା ଜରୁରୀ । ଏହି ଡିଜିଟାଲ ସ୍କ୍ରିନ (୨୦-୨୦-୨୦) ଫର୍ମୂଲା ନ ମାନିଲେ ଆପଣ ବିପଦକୁ ଆମନ୍ତ୍ରଣ କରିବେ ।

Get real time updates directly on you device, subscribe now.