fbpx

ସିଦ୍ଧାର୍ଥଙ୍କୁ ବରବେଶରେ ଦେଖି ଏପରି ଥିଲା କିଆରାଙ୍କ ରିଆକ୍ସନ୍, ଭାଇରାଲ ହେଉଛି ପ୍ରଥମ Video

ମୁମ୍ବାଇ: କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହ ୭ ଫେବୃଆରୀରେ ସୂର୍ଯ୍ୟଗଡ଼ ପ୍ୟାଲେସରେ ହୋଇଯାଇଛି । ଦୁହିଁଙ୍କ ବିବାହ ପରେ ସୋସିଆଲ୍ ମିଡିଆରେ ଅନେକ ଫଟୋ, ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ନିକଟରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କିପରି କିଆରା ନାଚି ନାଚି ସିଦ୍ଧାର୍ଥଙ୍କ ନିକଟକୁ ଯାଉଛନ୍ତି ଓ ତା’ପରେ ସେମାନଙ୍କର ବରଣମାଳା ରୀତି ହେଉଛି ।

୨୦୨୩ ମସିହା ଫେବ୍ରୁଆରି ୭ ତାରିଖ ଥିଲା ସିଦ୍ଧାର୍ଥ ଓ କିଆରାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଦିନ । ଏହି ଦିନ ଦୁହେଁ ସାରା ଜୀବନ ପାଇଁ ଏକ ହୋଇଗଲେ । ବିବାହର ସୁନ୍ଦର ସୁନ୍ଦର ଫଟୋକୁ ସେୟାର କରିବା ପରେ ଏବେ ସିଦ୍ଧାର୍ଥ ଓ କିଆରାଙ୍କ ବିବାହ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରେମୀଯୁଗଳଙ୍କ ‘ବଣ୍ଡିଂ’ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by KIARA (@kiaraaliaadvani)

ଭିଡିଓରେ କିଆରାଙ୍କ ଷ୍ଟେଜ୍ ଏଣ୍ଟ୍ରି ଦେଖିବାକୁ ମିଳିଛି । ସେ ନାଚି ନାଚି ବର ସିଦ୍ଧାର୍ଥଙ୍କ ନିକଟରେ ପହଞ୍ଚୁଛନ୍ତି । ଗୋଲାପୀ ରଂଗର ଲେହେଙ୍ଗା ପିନ୍ଧିଥିବା କିଆରା ଲାଜେଇ ଲାଜେଇ ନିଜ ଦୁଲ୍ହା ରାଜାଙ୍କ ପାଖରେ ପହଞ୍ଚୁ ଥିବାର ଦେଖିବାକୁ ମିଳିଛି ।

କିଆରାଙ୍କ ଭିନ୍ନ ଅନ୍ଦାଜ ଦେଖି ସିର୍ଦ୍ଧାଥ ଖୁସି ହୋଇ ତାଙ୍କୁ ଚାହିଁ ରହିବା ସହ ପରସ୍ପରଙ୍କୁ ଆଲିଙ୍ଗନ ବି କରିଥିଲେ । ତା’ପରେ ଦୁହେଁ ମଞ୍ଚ ଉପରେ ପରସ୍ପରଙ୍କୁ ବରଣମାଳା ପିନ୍ଧାଇ ଚୁମ୍ବନ ବି ଦେଇଥିଲେ । ସାତ୍ ଫେରେ ନେଇ ସାତ ଜନ୍ମ ପାଇଁ ଜୀବନସାଥୀ ହେବା ପରେ କିଆରା ବୋହୂ ହୋଇ ସିଦ୍ଧାର୍ଥଙ୍କ ଏରୁଣ୍ଡିବନ୍ଧ ଡେଇଁଛନ୍ତି । ତେବେ କିଆରା ଓ ସିଦ୍ଧାର୍ଥ ସୂର୍ଯ୍ୟଗଡ଼ ପ୍ୟାଲେସରେ ପରିବାର ଓ ବନ୍ଧୁମାନଙ୍କ ଗହଣରେ ବିବାହ କରିଛନ୍ତି ।

 

View this post on Instagram

 

A post shared by KIARA (@kiaraaliaadvani)

Get real time updates directly on you device, subscribe now.