fbpx

IND vs AUS ପ୍ରଥମ ଟେଷ୍ଟ: ପ୍ରଥମ ପାଳିରେ ଭାରତ ୨୨୩ ରନ୍‌ରେ ଆଗୁଆ, ବ୍ୟାଟିଂରେ କମାଲ କଲେ ଜାଡେଜା-ଅକ୍ଷର ଏବଂ ଶାମୀ

ନୂଆଦିଲ୍ଲୀ: ନାଗପୁରରେ ଚାଲିଥିବା ବର୍ଡ-ଗାଭାସ୍କର ଟ୍ରଫି ପ୍ରଥମ ମ୍ୟାଚ୍‌ର ତୃତୀୟ ଦିନରେ ଭାରତ ୪୦୦ ରନ୍‌ରେ ଅଲଆଉଟ୍ ହୋଇଯାଇଛି। ଏହା ସହିତ ଭାରତ ପ୍ରଥମ ପାଳିରେ ଅଷ୍ଟ୍ରେଲିଆଠୁ ୨୨୩ ରନ୍‌ରେ ଆଗୁଆ ରହିଛି। ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତିତ ରବିନ୍ଦ୍ର ଜାଡେଜା(୭୦) ଏବଂ ଅକ୍ଷର ପଟେଲ ୮୪ ରନ୍‌ର ଶାନଦାର ପାଳି ଖେଳିଥିଲେ।

ରୋହିତ ଅଧିନାୟକ ଭାବେ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଶତକ ସହିତ ତାଙ୍କର ୪୩ତମ ଶତକ ପୁରଣ କରିଥିଲେ। ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ୯ମ ଶତକ। ଶେଷକୁ ଦ୍ରୁତ ବୋଲର ମହମ୍ମଦ ଶାମୀ ମାତ୍ର ୪୭ ବଲ୍ ଖେଳି ୩୭ ରନ୍ ସ୍କୋର କରିଥିଲେ । ସାମୀଙ୍କ ଏହି ଇନିଂସରେ ୨ଟି ଚୌକା ଏବଂ ୩୪ଟି ଛକା ସାମିଲ । ଏହି ମ୍ୟାଚ୍‌ରେ ଡେଭ୍ୟୁ କରିଥିବା ଅଷ୍ଟ୍ରେଲିଆର ଟଡ ମର୍ଫି ୧୨୪ ରନ୍ ବ୍ୟୟ କରି ୭ ୱିକେଟ୍ ନେଇଥିଲେ ।

ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ପ୍ୟାଟ୍ କମିନ୍ସଙ୍କ ଦଳ ପ୍ରଥମ ଇନିଂସରେ ୧୭୭ ରନ୍ ସଂଗ୍ରହ କରିଥିଲା । ଆହତ ପରେ ଦଳକୁ ଫେରିଥିବା ରବିନ୍ଦ୍ର ଜାଡେଜା ପାଞ୍ଚଟି ୱିକେଟ୍ ଏବଂ ଅଶ୍ୱିନ୍ ତିନୋଟି ନେଇ ଅଷ୍ଟ୍ରେଲିଆର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

Get real time updates directly on you device, subscribe now.