Head & Neck କ୍ୟାନସର ଭାରତରେ ବଢ଼ୁଛି: ଲକ୍ଷଣ ଜାଣିବେ କେମିତି, କୌଣସି ରୋଗୀ ମରିବେନି, ଉପାୟ ବତାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତରେ ବିଭିନ୍ନ ପ୍ରକାରର କ୍ୟାନସର ରୋଗୀ ରହିଛନ୍ତି । ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୦-୪୦ ପ୍ରତିଶତ କେବଳ ମୁହଁ ଓ ଗଳା କ୍ୟାନସରରେ ପୀଡ଼ିତ ହେଉଛନ୍ତି । ସାରା ବିଶ୍ୱର ମୋଟ ମାମଲା ମଧ୍ୟରୁ ପ୍ରତିବର୍ଷ କେବଳ ଭାରତରୁ ହିଁ ସବୁଠାରୁ ଅଧିକ ମାମଲା ଦେଖିବାକୁ ମିଳୁଛି । ତେବେ ମୁହଁ ଓ ଗଳା କ୍ୟାନସର ପାଇଁ ଅନେକ କ୍ଷେତ୍ରରେ ବ୍ୟକ୍ତି ଜଣଙ୍କ ନିଜେ ହିଁ ଦାୟୀ ଅଟନ୍ତି ।

କ୍ୟାନସର ଏପରି ଏକ ଭୟଙ୍କର ମାମଲା ଯାହାକି ରୋଗୀର ସାରା ପରିବାରକୁ ଶିକାର ବନାଇଥାଏ । ଦିଲ୍ଲୀ ଷ୍ଟେଟ କ୍ୟାନସର ଇନଷ୍ଟିଚ୍ୟୁଟର ଆନକୋଲୋଜୀ ବିଭାଗର ଅଧ୍ୟକ୍ଷ ଡାକ୍ତର ପ୍ରଜ୍ଞା ଶୁକ୍ଲା କହିଛନ୍ତି, କ୍ୟାନସରକୁ ପ୍ରାରମ୍ଭିକ ସମୟରେ ଚିହ୍ନଟ କରିବା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ୱାରା ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କ ଜୀବନ ବଞ୍ଚାଇବା ସମ୍ଭବ ହେବ । ଯଦି ସମୟ ପୂର୍ବରୁ ରୋଗ ବିଷୟରେ ଜାଣିହେବ ଓ ଏହାର ଉପଯୁକ୍ତ ଚିକିତ୍ସା କରାଯିବ ତେବେ ସହଜରେ କ୍ୟାନସର ରୋଗୀଙ୍କ ଜୀବନ ବଞ୍ଚିପାରିବ ।

ସାଧାରଣ ଭାବେ ଗଳା ଓ ମୁହଁ କ୍ୟାନସର ମାମଲା ବଢ଼ିବା ପାଇଁ ବର୍ଷ ବର୍ଷ ସମୟ ଲାଗିଥାଏ । ତେଣୁ ଏହି କ୍ୟାନସର ଯୁବକଙ୍କଠାରେ ବେଶି ଦେଖାଯାଏ ନାହିଁ । ୪୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଏହା ଅଧିକ ବିପଦ ସୃଷ୍ଟି କରିଥାଏ । ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଏହାର ଆଶଙ୍କା ୨ରୁ ୩ ଗୁଣ ଅଧିକ ରହିଥାଏ । ପାଖାପାଖି ୮୦ ପ୍ରତିଶତ କ୍ୟାନସର ମାମଲା ତମ୍ବାଖୁ ଉପଯୋଗ କାରଣରୁ ହୋଇଥାଏ । ଯଦି ପ୍ରାଥମିକ ଅବସ୍ଥାରେ ମୁହଁ କ୍ୟାନସର ଲକ୍ଷଣକୁ ଚିହ୍ନଟ କରିହେବ, ତେବେ ଏହାର ଚିକିତ୍ସା କରି ୮୨ ପ୍ରତିଶତ ବଞ୍ଚିବାର ସମ୍ଭାବନା ବଢ଼ିଯାଇଥାଏ । ସେହିପରି ଯଦି ଏହାର ଚିହ୍ନଟ ଆଡଭାନ୍ସ ଷ୍ଟେଜରେ କରାଯାଏ, ତେବେ ସର୍ଭାଇଭାଲ ରେଟ୍ ୨୭ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ ।