fbpx

ଚାକିରି ବିଜ୍ଞପ୍ତି: ଓଡ଼ିଶା ସରକାରଙ୍କ ଅଧିନରେ ବିଭିନ୍ନ ପଦରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଜାଗୃତି ବ୍ଲକ ମିଶନ ଶକ୍ତି ଫେେଡେରେସନ କୋଇରା, ସୁନ୍ଦରଗଡ଼ ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କମ୍ୟୁନିଟି ସପୋର୍ଟ ଷ୍ଟାଫ, ସିଆରପି-ସିଏମ, ମାଷ୍ଟର ବ୍ଲକ କିପର (ଏମବିକେ), ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଆଦି ବିଭିନ୍ନ ପ୍ରକାରର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀ ଜଣେ ସ୍ୱୟଂ ସହାୟିକା ସଦସ୍ୟ (ଏସଏଚଜି) ହୋଇଥିବେ । ସେ ଓଡ଼ିଆରେ ଲେଖିବା ଓ ପଢ଼ିବା ଜାଣିଥିବେ । ସେ ସ୍ଥାନୀୟ ଭାଷା ଭଲ ଭାବେ ଜାଣିଥିବେ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ହୋଇଥିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଚିଫ୍ ଡେଭଲପମେଣ୍ଟ ଅଫିସର-କମ- ଏଗଜିକ୍ୟୁଟିଭ୍ ଅଫିସର, ଜିଲ୍ଲା ପରିଷଦ, ସୁନ୍ଦରଗଡ଼ / ଏନଆଇସି, ସୁନ୍ଦରଗଡ଼ଙ୍କ ୱେବସାଇଟରୁ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବ । ମାର୍ଚ୍ଚ ମାସ ୩ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଆବେଦନ ପତ୍ର ପଠାଇବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ: https://cdn.s3waas.gov.in/s3289dff07669d7a23de0ef88d2f7129e7/uploads/2023/02/2023021671.pdf

Get real time updates directly on you device, subscribe now.