fbpx

Top 5 Credit Cards: ବାର୍ଷିକ କମ୍ ଚାର୍ଜ, ଅଧିକ ରିୱାଡ ସୁବିଧା

ନୂଆଦିଲ୍ଲୀ : ବଜାରରେ କ୍ରେଡିଟ୍ କାର୍ଡର ଅନେକ ବିକଳ୍ପ ରହିଛି । ତେଣୁ ସେଥିମଧ୍ୟରୁ ଗୋଟିଏ କ୍ରେଡିଟ୍ କାର୍ଡ ବାଛିବା ବହୁତ କଷ୍ଟକର ହୋଇଥାଏ । କେତେକ ବ୍ୟାଙ୍କ ଅଛି ଯାହା କ୍ରେଡିଟ୍ କାର୍ଡ ପାଇଁ ଆପଣଙ୍କୂ ଠାରୁ ବାର୍ଷିକ ଶୁଳ୍କ ଆଦାୟ କରନ୍ତି ଏବଂ କେତେକ ଆପଣଙ୍କୁ ଆଜୀବନ ମାଗଣାରେ ବା ବିନା ଦେୟରେ କ୍ରେଡିଟ୍ କାର୍ଡ ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ କିଛି କ୍ରେଡିଟ୍ କାର୍ଡ ବିଷୟରେ କହିବାକୁ ଯାଉଛୁ ଯାହା ବାର୍ଷିକ କମ୍ ଶୁଳ୍କରେ ଅଧିକ ଲାଭ ଦେଇଥାଏ ।

ବାର୍ଷିକ କମ୍ ଶୁକ୍ଳଯୁକ୍ତ କ୍ରେଡିଟ୍ କାର୍ଡ ନୂତନ ଗ୍ରାହକଙ୍କ ପାଇଁ ଉପଯୁକ୍ତ । କ୍ୟାସବ୍ୟାକ୍, ରିୱାର୍ଡ ପଏଣ୍ଟ, ରିହାତି କିମ୍ବା କୋ-ବ୍ରାଣ୍ଡେଡ୍ ସୁବିଧା ମିଳିଥାଏ । ଏଥିରେ ଉପଭୋକ୍ତାମାନଙ୍କୁ ସପିଂ, ଗ୍ୟାସ ବିଲ୍ ଏବଂ ଭ୍ରମର ପାଇଁ ବାର୍ଷିକ କମ୍ ଶୁଳ୍କ ଦେବାକୁ ପଡିଥାଏ ।

Standard Chartered EaseMyTrip Credit Card – ହୋଟେଲ ବୁକିଂ ଉପରେ ୨୦% ତତକ୍ଷଣାତ୍ ରିହାତି ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ କ୍ରେଡିଟ୍ କାର୍ଡ ବ୍ୟବହାର କରି ଆପ୍ / ୱେବସାଇଟରେ ଫ୍ଲାଇଟ୍ ବୁକିଂ ଉପରେ ୧୦% ତତକ୍ଷଣାତ୍ ରିହାତି ପାଇପାରିବେ । ଏହା ବ୍ୟତୀତ ଆପଣ ଅନ୍ୟ ଅନଲାଇନ୍ ଟ୍ରାଭେଲ ପ୍ଲାଟଫର୍ମରେ ଏହି କାର୍ଡ ମାଧ୍ୟମରେ ଟିକେଟ୍ ବୁକିଂରେ ୧୦% ରିୱାର୍ଡ ପଏଣ୍ଟ ପାଇପାରିବେ । ଏହି କାର୍ଡର ବାର୍ଷିକ ଚାର୍ଜ ହେଉଛି ୩୫୦ ଟଙ୍କା ।

BPCL SBI Credit Card – କ୍ରେଡିଟ କାର୍ଡ ମାଧ୍ୟମରେ ପେଟ୍ରୋଲ ପମ୍ପରେ ଇନ୍ଧନ ପାଇଁ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ୧୦୦ ଟଙ୍କା ପାଇଁ ୧୩ ରିୱାର୍ଡ ପଏଣ୍ଟ ଯଥା ୪.୨୫% ଭ୍ୟାଲୁବ୍ୟାକ୍ ମିଳିବ । ଏହି କ୍ରେଡିଟ୍ କାର୍ଡ ମାଧ୍ୟମରେ ଗ୍ରୋସରୀ, ଫିଲ୍ମ ଏବଂ ରେଷ୍ଟୁରାଣ୍ଟ ବିଲରେ ପ୍ରତ୍ୟେକ ୧୦୦ ଟଙ୍କା ପାଇଁ ୫ଢ ରିୱାର୍ଡ ପଏଣ୍ଟ ମିଳିବ । ଏହି କାର୍ଡର ବାର୍ଷିକ ଶୁଳ୍କ ୪୯୯ ଟଙ୍କା ।

Axis Bank Ace Credit Card – ମୋବାଇଲ୍ ରିଚାର୍ଜ, ଡିଟିଏଚ୍ ରିଚାର୍ଜ, ବିଲ୍ ପେମେଣ୍ଟ (ବ୍ରଡବ୍ୟାଣ୍ଡ, ଏଲପିଜି, ବିଦ୍ୟୁତ୍, ଗ୍ୟାସ୍ ଏବଂ ଜଳ) ଉପରେ ଆକ୍ସିସ୍ ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ମାଧ୍ୟମରେ ୫% କ୍ୟାସବ୍ୟାକ୍ ପ୍ରାପ୍ତ ହେବ । ଏହି କାର୍ଡ ମାଧ୍ୟମରେ ସ୍ୱିଗି, ଜୋମାଟୋ ଏବଂ ଓଲା ଉପରେ ଦେୟ ଦେବା ପାଇଁ ୪% ଲମିଟେଡ୍ କ୍ୟାସବ୍ୟାକ୍ ମିଳିବ । ଅନ୍ୟ ସମସ୍ତ ଅନଲାଇନ୍ ଏବଂ ଅଫଲାଇନ୍ କାରବାରରେ ପାଇଁ ୨% ଲମିଟେଡ୍ କ୍ୟାସବ୍ୟାକ୍ ମିଳିବ । ଏହି କାର୍ଡ ମାଧ୍ୟମରେ ଆପଣ ବର୍ଷକୁ ୪ ଥର ଘରୋଇ ବିମାନବନ୍ଦର ମାଗଣାରେ ପ୍ରବେଶ କରିପାରିବେ । ଏହି କାର୍ଡର ବାର୍ଷିକ ଶୁଳ୍କ ୪୯୯ ଟଙ୍କା ।

Flipkart Axis Bank Credit Card – ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ମାଧ୍ୟମରେ ଫ୍ଲିପକାର୍ଟ ଏବଂ ମାଇଣ୍ଟ୍ରା ଉପରେ କ୍ରୟ ପାଇଁ ୫% ର ଅନ୍ ଲମିଟେଡ୍ କ୍ୟାସବ୍ୟାକ୍ ଉପଲବ୍ଧ । ଏହି କାର୍ଡ ମାଧ୍ୟମରେ, ଆପଣ କ୍ଲିୟରଟ୍ରିପ୍, ପିଭିଆର୍, ଉବର, ସ୍ୱିଗି, କ୍ୟୁରେ.ଫିଟ୍ ଏବଂ ଟାଟା ସ୍କାଏରେ ଖର୍ଚ୍ଚ କରିବା ଉପରେ ୪ ପ୍ରତିଶତ କ୍ୟାସବ୍ୟାକ୍ ପାଇପାରିବେ । କାର୍ଡ ଧାରକ ବର୍ଷସାରା ୪ ଟି ବିମାନବନ୍ଦର ଲାଉଞ୍ଜ ପ୍ରବେଶ ମାଗଣାରେ ପାଇଥାଏ ।ଏହି କାର୍ଡର ବାର୍ଷିକ ଶୁଳ୍କ ହେଉଛି ୫୦୦ ଟଙ୍କା ।

HDFC Moneyback+ Credit Card- ଫ୍ଲିପକାର୍ଟ, ଆମାଜନ, ବିଗବ୍ୟାସ୍କେଟ, ରିଲାଏନ୍ସ ସ୍ମାର୍ଟ ସୁପର ଷ୍ଟୋର ଏବଂ ସ୍ୱିଗି ଉପରେ ୧୦ କ୍ୟାସପଏଣ୍ଟ, ଇମ୍‌ଆଇ ରେ ୫ କ୍ୟାଶପଏଣ୍ଟ ମିଳିବ । HDFC Moneyback+ Credit Card ରେ ଅନ୍ୟ ଖର୍ଚ୍ଚ ହୋଇଥିବା ୧୫୦ ଟଙ୍କା ପ୍ରତି ୨ କ୍ୟାଶପଏଣ୍ଟ । ଏକ ତ୍ରୈମାସରେ ୫୦,୦୦୦ ଟଙ୍କା କାରବାର କରିବା ଉପରେ ଉପଭୋକ୍ତାକୁ ୫୦୦ ଟଙ୍କା ଉପହାର ଭାଉଚର ମିଳିବ । ଏହି କାର୍ଡ ପାଇଁ ବାର୍ଷିକ ଶୁଳ୍କ ୫୦୦ ଟଙ୍କା ।

Get real time updates directly on you device, subscribe now.