fbpx

Video: ଦିଲ୍ଲୀରେ ମାନବିକତାକୁ ଲଜ୍ଜା: କୁକୁର ହେଲା ବଳାତ୍କାର ଶିକାର, ଅଭିଯୁକ୍ତକୁ ଧରିବା ପାଇଁ ବିଳମ୍ବରେ ତପ୍ତର ହେଲା ପୋଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମାନବିକତାକୁ ଲଜ୍ଜା ଦେଉଥିବା ଏକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ହରିନଗର ଅଂଚଳରେ ଜଣେ ଅଜଣା ବ୍ୟକ୍ତି ଦ୍ୱାରା ଏକ ବୁଲା କୁକୁର ବଳାତ୍କାର ଶିକାର ହୋଇଛି। ଏହି ଲଜ୍ଜାଜନକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏକ ମାମଲା ରୁଜୁ କରିଛି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ହରି ନଗର ଅଞ୍ଚଳର ଏକ ପାର୍କରେ ଏକ ବୁଲା କୁକୁରକୁ ବଳାତ୍କାର କରାଯାଇଥିଲା। ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ହରି ନାଗରର ସ୍ଥାନୀୟ ଲୋକମାନେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ପଶୁ ଅଧିନିୟମର ଧାରା ୩୭୭/୧୧ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଭିଡିଓ ଆଧାରରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚଢ଼ାଉ କରାଯାଉଛି।

ଏହି ଭିଡିଓ ଭାଇରଲ ହେବ ପରେ ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଙ୍କର ହୀନ କାର୍ଯ୍ୟ ଏବଂ ପୋଲିସର ପ୍ରତିକ୍ରିୟାକୁ ନିନ୍ଦା କରିଛନ୍ତି ଲୋକେ। ଆଣ୍ଟି-କ୍ରୁଲିଟି ଅଧିକାରୀ ତରୁଣ ଅଗ୍ରୱାଲଙ୍କ ଦ୍ୱାରା ଏହି ଭିଡିଓ ଅନଲାଇନରେ ଟୁଇଟ୍ କରାଯିବା ପରେ ଅନେକ ପଶୁ କାର୍ଯ୍ୟକର୍ତ୍ତା ନ୍ୟାୟ ପାଇଁ ଛିଡା ହୋଇଥିଲେ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ପଶୁ ଅପରାଧ ନିୟନ୍ତ୍ରଣ ବିଭାଗର ଲୋଗୋ ବହନ କରୁଥିବା ମଞ୍ଜୁନାଥ କାମାଥ ଲେଖିଛନ୍ତି, ‘ହରିନଗର PS ସେମାନଙ୍କ ଅଧୀନରେ କୁକୁର ବଳାତ୍କାରର ଭିଡିଓ ପ୍ରମାଣ ଥାଇ ମଧ୍ୟ FIR ପଞ୍ଜିକରଣ କରିବାକୁ ମନା କରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଫେବୃଆରୀ ୨୪ ରେ ଏହି ଘଟଣା ଘଟିଛି ବୋଲି ସେ କହିଛନ୍ତି।’

ଶେଷରେ ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସ ଭିଡିଓ ଏବଂ ସମ୍ପୃକ୍ତ ସ୍କ୍ରିନସଟ୍କୁ ସ୍ୱୀକାର କରି ଟୁଇଟ୍ କରି କହିଛନ୍ତି, ‘ଏହି ମାମଲାକୁ ଗ୍ରହଣ କରାଯାଇଛି ଏବଂ ସଂପୃକ୍ତ ଅଧିକାରୀଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।’

 

Get real time updates directly on you device, subscribe now.