fbpx

ଉମେଶ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସହ ଅଖିଳେଷ ଯାଦବଙ୍କ ଫଟୋ ଭାଇରାଲ, ଅନ୍ୟ ଫଟୋରେ ଅଭିଯୁକ୍ତ ସହ ଅଛନ୍ତି ଏହି ଦଳର ନେତା

ନୂଆଦିଲ୍ଲୀ : ଉମେଶ ପାଲଙ୍କ ହତ୍ୟାକାଣ୍ଡକୁ ନେଇ ଉତ୍ତରପ୍ରଦେଶର ରାଜନୀତି ସରଗରମ ରହିଛି । ଏହି ସମୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ସହ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ସାଦାକାତ ଖାନଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।ଯାହା ଏଇ ରାଜନୀତି ମାହୋଲକୁ ଆହୁରି ଖୋରାଗ ଯୋଗାଇଛି ।

ଉମେଶ ହତ୍ୟାକାଣ୍ଡ ମୁଖ୍ୟ ଷଡଯନ୍ତ୍ରକରୀ କୁହାଯାଉଥିବା ସଦାକତ ଖାନ୍ କୁ ନେଇ ବିଜେପି ଓ ସପା ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି । ଗୋଟିଏ ବିଜେପି ସଦାକତକୁ ସପାର ନିକଟତର କହୁଥିବା ବେଳେ ଅନ୍ୟ ପଟରେ ସପା ମଧ୍ୟ ସମାନ ଅଭିଯୋଗ ଆଣିଛି । ଉଭୟ ଦଳ ପକ୍ଷରୁ ଫଟୋ ଭାଇରାଲ କରଯାଇ ପରସ୍ପର ଦଳକୁ ଦୋଷାରୋପ କରିବାରେ ଲାଗିଛନ୍ତି । ଗୋଟିଏ ପଟେ ସଦାକତ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଠିଆ ହୋଇଥିବାବେଳେ ଅନ୍ୟ ଏକ ଫଟୋରେ ବିଜେପି ବିଧାୟିକା ନୀଲମ କାୱାରିଆଙ୍କ ପତି ଉମେଶଙ୍କ ସାଥିରେ ବସିଥିବା ନଜର ଆସିଛନ୍ତି । ତେବେ ଏହି ଦିୁଇଟି ଯାକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ସଦାକତ କେଉଁ ଦଳର ଅତି ନିକଟତର ତାହାକ୍‌ୁ ନେଇ ଦ୍ୱନ୍ଦ ଉପୁଜିଛି ।

ସଦାକତକୁ ଗୋରଖପୁରର ଗିରଫ କରାଯାଇ ପ୍ରୟାଗରାଜ ପୁଲିସକୁ ହସ୍ତାନ୍ତର କରାଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗାଜୀପୁର ଜିଲ୍ଲା ବାରା ନିବାସୀ ଶମଶାଦ ଙ୍କ ପୁଅ ୨୭ ବର୍ଷୀୟ ପୁଅ ସଦାକତ ମୁସଲିମ୍ ୱେର୍ଡିଙ୍ଗ ହାଉସର ୩୬ ନମ୍ବର ରୁମରେ ରହୁଥିଲା । କୁହାଯାଉଛି ସେହି ରୁମରେ ଉମେଶ ପାଲ ହତ୍ୟାକାଣ୍ଡର ଷଡଯନ୍ତ୍ର ହୋଇଥିଲା ।

ଅନ୍ୟପଟରେ ଉମେଶ ପାଲ ହତ୍ୟା ମାମଲାରେ ସିସିଟିଭି ଫୁଟେଜରେ ଏକ ବଡ଼ ଖୁଲାସା ହୋଇଛି। ଜେଲରେ ଥିବା ପୂର୍ବତନ ଏସପି ସାଂସଦ ଅଟିକ୍ ଅହମ୍ମଦଙ୍କ ପୁଅ ଆସାଦ ଏହି ଘଟଣାରେ ସମ୍ପୃକ୍ତ ଚାରିଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ବୋଲି ଜଣାପଡିଛି। ସୋମବାର ଅପରାହ୍ନରେ ପ୍ରୟାଗରାଜରେ ଏନକାଉଣ୍ଟରରେ ଉତ୍ତରପ୍ରଦେଶ ପୋଲିସ ଜଣେ ଅଭିଯୁକ୍ତକୁ ହତ୍ୟା କରିବା ପରେ ଏହା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ବିଏସପି ବିଧାୟକ ରାଜୁ ପାଲଙ୍କ ୨୦୦୫ ହତ୍ୟା ମାମଲାରେ ଉମେଶ ପାଲ ଜଣେ ପ୍ରମୁଖ ସାକ୍ଷୀ ଥିଲେ ଏବଂ ଫେବୃଆରୀ ୨୪ ରେ ଘର ବାହାରେ ଆକ୍ରମଣକାରୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

Get real time updates directly on you device, subscribe now.