fbpx

ଡାକ୍ତରଖାନାର ବେଡ୍ ରେ ଶୋଇଥିଲେ ମା-ଛୁଆ, କୋଳରୁ ଝାମ୍ପି ନେଲା ବୁଲା କୁକୁର, ଝୁଣି ଝୁଣି ଖାଇଲା

ନୂଆଦିଲ୍ଲୀ : ରାଜସ୍ଥାନର ସିରୋହି ଜିଲ୍ଲାର ଏକ ଡାକ୍ତରଖାନାରେ ମା’ଙ୍କ ନିକଟରେ ଶୋଇଥିବା ଏକ ମାସର ଶିଶୁକୁ ନେଇ ବୁଲା କୁକୁର ଝାମ୍ପି ନେଇଛି । ଏହି କାରଣରୁ ଶିଶୁଟିର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ପୋଲିସ ଏହି ସୂଚନା ଦେଇଛି। ଶିଶୁଟିର ମୃତଦେହ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା।

ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ସୋମବାର ବିଳମ୍ବିତ ରାତିରେ ଡାକ୍ତରଖାନାର ଟିବି ୱାର୍ଡ ଭିତରେ ଦୁଇଟି କୁକୁର ପ୍ରବେଶ କରିଥିଲେ। ଗୋଟିଏ କୁକୁର ପିଲାଟିକୁ ପାଟିରେ କାମୁଡି ଥିଲା। ସୂଚନାରୁ ଜରାପଡିଛି ଯେ, ଶିଶୁର ପିତାକୁ ଯକ୍ଷ୍ମା ରୋଗ ହୋଇଥିଲା । ଏହି କାରଣରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଶିଶୁର ମା ଏକ ମାସର ଶିଶୁକୁ ଧରି ରୋଗୀର ଯତ୍ନ ନେଉଥିଲେ । ଉଭୟ ମା ବାପାଙ୍କ ଆଖି ଲାଗି ଯାଇଥିବା ବେଳେ କୁକୁରଟି ୱାର୍ଡକୁ ପସି ଛୁଆଟିକୁ ନେଇଯାଇଥିଲା । ସେହି ସମୟରେ ଟିବି ୱାର୍ଡରେ କେହି କର୍ମଚାରୀ ମଧ୍ୟ ଉପସ୍ଥିତ ନଥିଲେ।

ଏହି ପରିପ୍ରେକ୍ଷୀରେ ମେଡିକାଲ ବୋର୍ଡ ଦ୍ୱାରା ପୋଷ୍ଟମର୍ଟମ କରାଯାଇଛି ବୋଲି ଏସଏଚ୍‌ଓ କହିଛନ୍ତି। ଡାକ୍ତରଖାନା ପ୍ରଶାସନ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । କିଛି ଦିନ ପୁର୍ବେ ଛୁଆଟି ଘର ପଛପଟ ରାସ୍ତାରେ ଖେଳୁଥିବା ସମୟରେ କୁକୁର ଆକ୍ରମଣର ଶିକାର ହୋଇଥିଲା । କୁକୁର ତାକୁ ତଳେ ପକାଇ ତା’ ପେଟକୁ ଏବଂ ଶରୀରର ବିଭିନ୍ନ ଅଂଶକୁ ଝୁଣି ଖାଇଥିଲା । ପରେ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.