fbpx
BJD SKY
BJD SKY

ହଜାର ହଜାର ଛାତ୍ରଛାତ୍ରୀଙ୍କ କ୍ୟାରିୟର ବର୍ବାଦ: ବନ୍ଦ ହୋଇଯିବ ୭୦୦ ସ୍କୁଲ, ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

BJD

ନୂଆଦିଲ୍ଲୀ: ଆଜିର ଛାତ୍ରଛାତ୍ରୀ ଆଗାମୀ କାଲି ଦେଶ ଭବିଷ୍ୟତ ଗଠନରେ ସହାୟକ ହେବ । ଏକ ସୁସ୍ଥ ସମାଜ ଗଠନ ସହିତ ଦେଶକୁ ଆଗକୁ ବଢ଼ାଇବା ପାଇଁ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଏଭଳି ସ୍ଥିତିରେ ଯଦି ଶହ ଶହ ସଂଖ୍ୟକ ସ୍କୁଲକୁ ବନ୍ଦ କରିଦିଆଯିବ, ତେବେ ଏହା ଦ୍ୱାରା ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେବା ସ୍ୱାଭାବିକ । ଫଳରେ ଏହା ଅଭିଭାବକ, ଶିକ୍ଷକ ଓ ସମାଜକ ବଡ଼ ଚିନ୍ତାଜନକ ବିଷୟ ପାଲଟିଯିବ ।

ସୂଚନା ମୁତାବକ, ହରିୟାଣାର ୭୦୦ ସ୍କୁଲରେ ତାଲା ଝୁଲୁବାକୁ ଯାଉଛି । ବିନା ମାନ୍ୟତାରେ ଏହି ସ୍କୁଲଗୁଡ଼ିକ ଚାଲି ଆସୁଥିଲା । ତେବେ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏସଇ) ନିର୍ଦ୍ଦେଶ ପରେ ଏବେ ହଜାର ହଜାର ପିଲାଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇ ଯାଇଛି । ଚଳିତ ମାସ ପ୍ରାରମ୍ଭରେ ରାଜ୍ୟ ସରକାର ୭୦୦ ମାନ୍ୟତାପ୍ରାପ୍ତ ଘରୋଇ ସ୍କୁଲକୁ ଅସ୍ଥାୟୀ ଭାବେ ଆଫିଲିଏସନ ଦେଇଥିଲେ । ମାତ୍ର ଏବେ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ମୋଟ ୧୩୩୮ଟି ସ୍କୁଲ ସରକାରଙ୍କ ବିନା ବୈଧ ମାନ୍ୟତାରେ ଚାଲିଆସୁଥିଲା । ତେଣୁ ଉକ୍ତ ସ୍କୁଲଗୁଡ଼ିକୁ ନିୟମ ପାଳନ କରିବାକୁ ସମୟ ଦିଆଯାଇଥିଲା । ତେବେ ପାଖାପାଖି ୭୦୦ଟି ସ୍କୁଲ ଡିଏସଇ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିଲେ । ତେଣୁ ଏନେଇ ଡିଏସଇଙ୍କ ତରଫରୁ ନୋଟିଫିକେସନ ଜାରି କରାଯାଇ ସ୍କୁଲଗୁଡ଼ିକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସରକାର ଏହି ସ୍କୁଲର ନିୟମକୁ ପାଳନ କରିବା ଓ ମାନ୍ୟତା ଆବେଦନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଓ ରିହାତି ପ୍ରଦାନ କରିଛନ୍ତି । ଯେଉଁ ସ୍କୁଲଗୁଡ଼ିକ ସରକାରଙ୍କଠାରୁ ସାର୍ଟିଫିକେଟ ହାସଲ କରିଛନ୍ତି ସେମାନେ ଅପରେଟ୍ କରିପାରିବେ । ମାତ୍ର ଯେଉଁ ସ୍କୁଲଗୁଡ଼ିକ ଏଥିରୁ ବିଫଳ ହୋଇଛନ୍ତି ସେମାନଙ୍କୁ ସୁଯୋଗ ମିଳିବନି ।

Get real time updates directly on you device, subscribe now.