fbpx

ହୋଲି ପୂର୍ବରୁ ଜନତାଙ୍କୁ ବଡ଼ ଝଟକା: ବଢ଼ିଲା LPG ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ହୋଲି ପୂର୍ବରୁ ସାଧାରଣ ଜନତାଙ୍କୁ ଲାଗିଛି ବଡ଼ ଝଟକା । ୧୪.୨ କେଜି ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ମହଙ୍ଗା ହୋଇଛି । ସେହିପରି ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡରର ଦାମରେ ୩୫୦.୫୦ ଟଙ୍କା ବୃଦ୍ଧି କରାଯାଇଛି । ଦିଲ୍ଲୀରେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଏବେ ୨୧୧୯.୫୦ ଟଙ୍କାରେ ମିଳିବ । ଘରୋଇ ଏଲପିଜି ସିଲିଣ୍ଡର ୧୧୦୩ ଟଙ୍କା ହୋଇଯାଇଛି । ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଯିବ ।

ସୂଚନା ମୁତାବକ, ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ଫଳରେ ମାର୍ଚ୍ଚ ମାସ ଆରମ୍ଭରୁ ଜନସାଧାରଣଙ୍କୁ ଲାଗିଛି ଏକ ଜବରଦସ୍ତ ଝଟକା । ମାସର ପ୍ରଥମ ଦିନରୁ ଘରୋଇ ଏଲପିଜି ସିଲିଣ୍ଡର ୫୦ ଟଙ୍କା ବଢ଼ିଛି । ଫଳରେ ଏବେ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୧୧୦୩ ଟଙ୍କାରେ ପହଞ୍ଚିଛି । ରିପୋର୍ଟ ମୁତାବକ, ୧୪.୨ କେଜି ବିଶିଷ୍ଟ ଘରୋଇ ସିଲିଣ୍ଡର ଦାମରେ ୩୫୦.୫୦ ଟଙ୍କା ବୃଦ୍ଧି କରାଯାଇଛି । ଦିଲ୍ଲୀରେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଏବେ ୨୧୧୯.୫୦ ଟଙ୍କାରେ ଉପଲବ୍ଧ ହେବ ।

ପୂର୍ବରୁ ୧୪.୨ କେଜି ବିଶିଷ୍ଟ ଘରୋଇ ସିଲିଣ୍ଡର ୧୦୫୩ ଟଙ୍କାରେ ମିଳୁଥିଲା । ସେହିପରି ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ପୂର୍ବରୁ ୧୭୬୯ ଟଙ୍କାରେ ମିଳୁଥିଲା । ଗତ ଜାନୁଆରୀ ୧ ତାରିଖରେ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏହାର କିଛିମାସ ପୂର୍ବରୁ କମର୍ସିଆଲ ସିଲିଣ୍ଡର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା । ୨୦୨୨ ମସିହା ମେ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ରେକର୍ଡ ସ୍ତର ୨୩୫୫.୫୦ରେ ରହିଥିଲା । କ୍ରମାଗତ ଦ୍ୱିତୀୟ ଥର ପାଇଁ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘଟିଛି । ଏହା ପୂର୍ବରୁ ଗତବର୍ଷ ଜୁଲାଇ ୬ରେ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢ଼ିଥିଲା ।

Get real time updates directly on you device, subscribe now.