fbpx
BJD SKY
BJD SKY

୧୦ରୁ ମାଟ୍ରିକ୍ ପରୀକ୍ଷା: ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫.୪୧ଲକ୍ଷ ଛାତ୍ରଛାତ୍ରୀ

BJD

କଟକ,୫ା୩ (ଭାସ୍କର ନ୍ୟୁଜ୍‌): ଆସନ୍ତା ୧୦ ତାରିଖରୁ ମାଟ୍ରିକ୍‌ ପରୀକ୍ଷାର ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏଥିନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରୀକ୍ଷା ୨୦ ତାରିଖ
ପର୍ଯ୍ୟନ୍ତ ଚାଲୁ ରହିବ। ଚଳିତ ବର୍ଷ ରାଜ୍ୟର ୩୨୧୮ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ
ଅନୁଷ୍ଠିତ ହୋଇ ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା।

ଏହି ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ଜିଲ୍ଲା ଶିକ୍ଷାଧିକାରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ପର୍ଯ୍ୟବେକ୍ଷକ ଓ ଫ୍ଲାଇଂ ସ୍କ୍ୱାର୍ଡ ମୁତୟନ କରିବା, ପ୍ରଶ୍ନପତ୍ର ଓ ଉତ୍ତର ଖାତା ରହୁଥିବା ଷ୍ଟ୍ରଙ୍ଗ ରୁମ୍‌ରେ ୨୪ ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା ଯୋଗାଇ ଦେବା, ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷାକର୍ମୀ ମୁତୟନ କରିବା, ସବୁ କେନ୍ଦ୍ରରେ ପିଇବା ପାଣି ଓ ବିଦ୍ୟୁତ୍‌ର ବ୍ୟବସ୍ଥା କରିବା ତଥା ପରୀକ୍ଷା ପରିଚାଳନାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ସଚିବ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ।

ହବ୍‌ଗୁଡ଼ିକୁ ରବିବାରଠାରୁ ପ୍ରଶ୍ନପତ୍ର ପଠାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ପରୀକ୍ଷା ନିମନ୍ତେ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ପୋଲିସ ଷ୍ଟେସନକୁ ମିଶାଇ ମୋଟ ୩୧୬ଟି ନୋଡ଼ାଲ ସେଣ୍ଟର କରାଯାଇଛି। ପରୀକ୍ଷା ଶେଷ ହେବା ପରେ ୫୬ଟି ପରୀକ୍ଷା କେନ୍ଦ୍ରରେ ଖାତା ଦେଖା ଆରମ୍ଭ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.