fbpx

ସିଗାରେଟ୍ ଧୂଆଁକୁ ନେଇ ତୁମ୍ବିତୁଫାନ୍‌: ୭୦ ପ୍ରତିଶତ ଉତ୍ତର ଭାରତୀୟ ତାମିଲନାଡୁ ଛାଡ଼ିଲେଣି

ଚେନ୍ନାଇ: ପ୍ରାୟ ଦେଢ଼ ମାସ ପୂର୍ବେ ତିରୁପୁରର ଏକ ଚା’ ଦୋକାନରେ ସିଗାରେଟ୍ ଧୂଆଁ ଯୋଗୁଁ ବିବାଦ ଉପୁଜିଥିବା ବିବାଦ ଏତେ ବଡ଼ ସମସ୍ୟା ସୃଷ୍ଟି କରିବ ତାହା କେହି ଭାବି ନଥିଲେ । ଏହା ପରେ ତାମିଲନାଡୁରେ ବାହ୍ୟ ଶ୍ରମିକଙ୍କୁ ହଇରାଣ କରିବାର ଏପରି ମିଥ୍ୟା କାହାଣୀ ରଚାଗଲା ଯେ ଉତ୍ତର ଭାରତୀୟ ଶ୍ରମିକ ବିଶେଷକରି ବିହାରୀ ଶ୍ରମିକମାନେ ତାମିଲନାଡୁ ଛାଡ଼ିବା ଆରମ୍ଭ କରିଛନ୍ତି ତେବେ ଚେନ୍ନାଇ କ୍ରାଇମ ବ୍ରାଞ୍ଚ ହିଂସା ସୃଷ୍ଟି କରିବା ଏବଂ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ବିଜେପି ରାଜ୍ୟ ସଭାପତି ଅନ୍ନାମଲାଇଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଏହି ବିବାଦ ମଧ୍ୟରେ ବିହାର ସିଏମ ନୀତୀଶ କୁମାର ଏକ ଟ୍ୱିଟରେ ବିହାରୀ ଶ୍ରମିକଙ୍କ ବିଷୟରେ ଚିନ୍ତା ପ୍ରକଟ କରିଥିବାବେଳେ ତାମିଲନାଡୁର ସିଏମ ଷ୍ଟାଲିନ ମଧ୍ୟ ମୁସ୍କିଲ୍‌ରେ ପଡ଼ିଥିବା ଜରାଯାଇଛି। ଷ୍ଟାଲିନ ଶନିବାର ଏକ ବିବୃତ୍ତିରେ କହିଛନ୍ତି, “ପ୍ରବାସୀ ଶ୍ରମିକମାନେ ଭୟ କରିବାର କିଛି କାରଣ ନାହିଁ। ଯଦି କେହି ଆପଣଙ୍କୁ ଧମକ ଦିଅନ୍ତି, ତେବେ ହେଲ୍ପଲାଇନରେ ସଂପର୍କ କରନ୍ତୁ। ତାମିଲନାଡୁ ସରକାର ଏବଂ ଲୋକମାନେ ଆମ ପ୍ରବାସୀ ଭାଇମାନଙ୍କୁ ସୁରକ୍ଷା ଦେବା ପାଇଁ ନିଶ୍ଚିତ ଛିଡ଼ା ହେବେ। ରବିବାର ରାଜ୍ୟପାଳ ଆର.ଏନ୍ ରବି କହିଛନ୍ତି -ତାମିଲନାଡୁରେ ଉତ୍ତର ଭାରତୀୟ ଶ୍ରମିକମାନେ ଭୟଭୀତ ହେବା ଉଚିତ୍‌ ନୁହେଁ ଏବଂ ତାମିଲନାଡୁର ଲୋକମାନେ ବହୁତ ସୁନ୍ଦର ଏବଂ ବନ୍ଧୁତ୍ୱପୂର୍ଣ୍ଣ। ଉତ୍ତର ଭାରତୀୟଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

ସୂଚନାଯୋଗ୍ୟ ଯେ ଜାନୁଆରୀ ୧୪ରେ ସ୍ଥାନୀୟ ଯୁବକମାନେ ଚା’ ଦୋକାନରେ ଉତ୍ତର ଭାରତୀୟଙ୍କ ଉପରେ ସିଗାରେଟ୍ ଧୂଆଁ ଛାଡ଼ିବା ନେଇ ବିବାଦ ଦେଖାଦେଇଥିଲା। ଉତ୍ତର ଭାରତୀୟମାନେ ଏକତ୍ରିତ ହୋଇ ସ୍ଥାନୀୟ ଲୋକଙ୍କୁ ଘଡ଼ଡାଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହି ଭିଡିଓକୁ ଭାଇରାଲ କରିଥିଲେ। ତାମିଲ ସଂଗଠନ କହିଛି ଯେ ଉତ୍ତର ଭାରତୀୟମାନେ ତାମିଲ ଲୋକଙ୍କୁ ମାର୍‌ପିଟ୍ କରୁଛି। ଏହା ପରେ ଏହା ତାମିଲ ଗର୍ବର ବିଷୟ ହୋଇଗଲା। ତାମିଲନାଡୁରେ, ତାମିଲର କୁଚି (ଏନ୍‌ଟିକେ) ପରି ଦଳ ଏହାକୁ ତାମିଲ- ଅଣ ତାମିଲର ରୂପ ଦେଇ ରାଜନୈତିକ ଭିତ୍ତିଭୂମି ସୁଦୃଢ଼ କରିବାକୁ ଚେଷ୍ଟା ଆରମ୍ଭ କରିଦେଲା। ଫଳସ୍ୱରୂପ ଏପର୍ଯ୍ୟନ୍ତ ୭୦% ଉତ୍ତର ଭାରତୀୟ ଶ୍ରମିକ ତାମିଲନାଡୁ ଛାଡ଼ି ସାରିଛନ୍ତି। ତାମିଲ- ଅଣ ତାମିଲ ବିବାଦ ଏବଂ ଉତ୍ତର ଭାରତୀୟଙ୍କ ଦେଶ ଛାଡିବା କାରଣରୁ ତିରୁପୁରର ୭୦% କାରଖାନା ଦେଶର ବୟନ ରପ୍ତାନୀର ୫୦% ରୁ ଅଧିକ ଅଂଶ ବନ୍ଦ ହେବାକୁ ଯାଉଛି।

Get real time updates directly on you device, subscribe now.